ଆପଣଙ୍କ ନାମରେ ନୂଆ ପାଇଖାନା ଆବେଦନ କରନ୍ତୁ,Swachha Bharat Mission ରେ କିପରି ଆବେଦନ କଲେ ସିଧା ଆପଣଙ୍କ ଖାତାକୁ ଆସିବ ୧୨ ହଜାର ଟଙ୍କା ପାଇଖାନା କରିବା ପାଇଁ.

Spread the love

ଏହି ଯୋଜନାକୁ ସମସ୍ତ ଲୋକ ଦୁଇଟି ଯୋଜନା ମାଧ୍ୟମରେ ଆବେଦନ କରି ପାରିବେ।ପ୍ରଥମ ହେଉଛି ସହରୀ ଯୋଜନା ଓ ଅନ୍ୟଟି ହେଉଛି ଗ୍ରାମୀଣ ଯୋଜନା।ଏହି ଯୋଜନା ମାଧ୍ୟମରେ ଆପଣ ସରକାରଙ୍କ ଠାରୁ ପ୍ରାୟ ୧୨ ହଜାର ଟଙ୍କା ସହାୟତା ରାଶି ପାଇ ପାରିବେ।ତେବେ ଆମେ ବର୍ତ୍ତମାନ ଗ୍ରାମୀଣ ଯୋଜନା ମାଧ୍ୟମରେ କିଭଳି ଭାବରେ ଆବେଦନ କରାଯାଇ ପାରିବ ଆମେ ବର୍ତ୍ତମାନ ସେହି ବିଷୟରେ ଆଲୋଚନା କରିବା।ତେବେ ଏହି ଯୋଜନାରେ ଗ୍ରାମୀଣ ଲୋକ ମାନଙ୍କୁ ଆବେଦନ କରିବା ପାଇଁ କୌଣସି ଅନଲାଇନ ସୁବିଧା ନାହିଁ।

ସେଥିପାଇଁ ଏହାକୁ ଆପଣ ସମସ୍ତେ କେବଳ ଅଫଲାଇନ ମଧ୍ୟମରେ ହିଁ ଆବେଦନ କରି ପାରିବେ।ତେବେ ଶୌଚାଳୟ ଯୋଜନା ଅଂଶ ଗ୍ରହଣ କରିବା ପାଇଁ ଆପଣ ପ୍ରଥମେ ବି ପି ଏଲ ଶ୍ରେଣୀର ଅନ୍ତର୍ଗତ ହେବା ଆବଶ୍ୟକ।ଏହାକୁ ଆବେଦନ କରିବା ପାଇଁ ପ୍ରଥମେ ଆପଣଙ୍କୁ ପଞ୍ଚାୟତ ଅଫିସ ଯିବା ପାଇଁ ପଡ଼ିବ।ଏହାପରେ।ଏହା ସହିତ ଜଡିତ ସମସ୍ତ ଫର୍ମ ଆପଣଙ୍କୁ ଆପଣଙ୍କ ପଞ୍ଚାୟତ ଅଫିସରୁ ଆଣିବାକୁ ପଡ଼ିବ।

ଏହା ସହିତ ସେହି ଫର୍ମକୁ ପୂରଣ କରିବା ପରେ ଆପଣଙ୍କୁ ଏହାକୁ ଆପଣଙ୍କ ପଞ୍ଚାୟତ ଅଫିସରେ ଜମା କରିବାକୁ ପଡ଼ିବ।ତେବେ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଯୋଜନାର ଲୋକମାନଙ୍କୁ ଗୋଟିଏ ଗୋଟିଏ ଶୌଚାଳୟ ଯୋଗାଇ ଦେବା ପାଇଁ ଏହି ଯୋଜନାର ଆରମ୍ଭ କରିଥିଲେ।ତେବେ ଅନେକ ଲୋକଙ୍କର ଶୌଚାଳୟ ନଥିବା କାରଣରୁ ସେମାନେ ବାହାରେ ମଳତ୍ୟାଗ କରୁଛନ୍ତି।

ଯାହାର ଫଳ ସ୍ୱରୂପ ପରିବେଶ ପ୍ରଦୂଷଣ ହେବା ସହିତ ଲୋକମାନେ ଅନେକ ରୋଗର ମଧ୍ୟ ଶିକାର ହେବାର ସମ୍ଭାବନା ରହିଥାଏ।ତେଣୁ ସରକାର ଏହି ଯୋଜନା ମାଧ୍ୟମରେ ଲୋକମାନଙ୍କୁ ଏକ ଏକ ଶୌଚାଳୟ ଯୋଗାଇ ଦେବାର ଯୋଜନା ଆରମ୍ଭ କରିଥିଲେ।ଯାହା ଫଳରେ ଭାରତର ପରିବେଶ ସଫା ରହି ପାରିବ।ତେବେ ଗ୍ରାମାଞ୍ଚଳରେ ଅଧିକ ଲୋକ ବାହାରେ ମଳତ୍ୟାଗ କରିଥାନ୍ତି।

ସେଥିପାଇଁ କେନ୍ଦ୍ର ସରକାର ଏହାକୁ ପ୍ରଥମେ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ।ଏହାପରେ ଆପଣ ଏହି ଫର୍ମକୁ ଆବେଦନ କରିବାର କିଛି ଦିନ ପରେ ଆପଣଙ୍କ ଘରକୁ କିଛି ସରକାରୀ କର୍ମଚାରୀ ଆସି ଏହାର ତଦନ୍ତ କରିବେ କି ଆପଣ ଏହି ଯୋଜନାରେ ଅଂଶ ଗ୍ରହଣ କରିବା ପାଇଁ ଦେଇଥିବା ସମସ୍ତ ତଥ୍ୟ ଠିକ ନା ଠିକ ନୁହେଁ।

ଏହା ସହିତ ଯଦି ଆପଣଙ୍କ ସମସ୍ତ ତଥ୍ୟ ଠିକ ଥିବ ତେବେ ଆପଣ ଏହି ଯୋଜନାରେ ଅଂଶ ଗ୍ରହଣ କରି ପାରିବେ।ଯାହା ଫଳରେ ଆପଣଙ୍କୁ ସରକାରଙ୍କ ତରଫରୁ ୧୨ ହଜାର ଟଙ୍କା ମିଳି ପାରିବ।ଯାହା ଫଳରେ ଆପଣ ଏହି ଟଙ୍କା ମଧ୍ୟମରେ ନିଜର ଏକ ଶୌଚାଳୟ ନିର୍ମାଣ କରି ପାରିବେ।ଏହା ସହିତ ଆପଣ ନିଜର ପରିବେଶକୁ ସଫା ରଖିବାରେ ମଧ୍ୟ ନିଜେ ସହାୟତା କରି ପାରିବେ।

ଏହା ସହିତ ଯଦି ଆପଣଙ୍କ ପଞ୍ଚାୟତରେ ଆବେଦନର କୌଣସି ସୁବିଧା ନାହିଁ ତେବେ ଆପଣ ଏହାକୁ ବ୍ଲକକୁ ଯାଇ ଆବେଦନ କରି ପାରିବେ।ଏହା ସହିତ ଆପଣ ଏହାକୁ ସମ୍ପର୍ଣ୍ଣ ଭାବରେ କେବଳ ଅଫଲାଇନ ମାଧ୍ୟମରେ ହିଁ ଆବେଦନ କରି ପାରିବେ।

Leave a Reply

Your email address will not be published. Required fields are marked *