ସେ ରାତି କଟକରୁ Chandikhola ଯିବା ବାଟରେ NH-53 ରେ ଯାହା ଘଟିଲା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ,ଛାତିରେ ଛନକା ପଶିଯିବ ଡର ରେ

Spread the love

ଆଜିର ଏହି ଆର୍ଟିକିଲରେ ଆମେ ଏକ ସତ ଭୁତ ଘଟଣା ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆଜିର କାହାଣୀଟି ହେଉଛି ନ୍ୟାସନାଲ ହାଇୱେ ୫୩ ଉପରେ କଟକରୁ ଚଣ୍ଡିଖୋଲ ଯାଇଅଛି।ଏହି ରୋଡ଼ରେ ଘଟିଥିବା ସତ ଭୁତ ଘଟଣାଟି ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।ଏହି କାହାଣୀଟି ହେଉଛି କିଶୋରଚନ୍ଦ୍ରଙ୍କର।ସେ କହିଥାନ୍ତିଯେ ତାଙ୍କର ସମଗ୍ର ଜୀବନକାଳ ଟ୍ରକ ଡ୍ରାଇଭିଙ୍ଗରେ ବିତି ଯାଇଛି।

ଏବଂ ସେ ତାଙ୍କ ଟ୍ରକ ଡ୍ରାଇଭିଂ ଲାଇଫରେ ଅନେକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଛନ୍ତି।କିନ୍ତୁ ସେଥିମଧ୍ୟରୁ ଏକ ଦୁର୍ଘଟଣାକୁ ସେ କେବେହେଲେ ଭୁଲିପାରିବେ ନାହିଁ।ସେ କୌଣସି ମାଲ ଲୋଡ଼ କରିବା ପାଇଁ ଏନ ଏଚ ୫୩ ଉପରେ ଗାଡିକୁ ବହୁତ ଜୋରରେ ନେଉଥିଲେ।କାରଣ ରାସ୍ତାଟି ବହୁତ ସୁନସାନ ଏବଂ ଫାଙ୍କା ଥିଲା।ତାଙ୍କୁ ଦୁଇ ଜଣ ଟ୍ରକ ଅଟକାଇବାପାଇଁ ହାତ ଠାରିଲେ।

କିନ୍ତୁ କିଶୋର ସେହି ଜାଗାରେ ହେଉଥିବା ଚୋରି ଡକାୟତି କଥା ଅତି ଭଲ ଭାବରେ ଜାଣିଥିଲେ।ଏବଂ ସେହି ସ୍ଥାନରେ ଗାଡି ନ ଅଟକାଇ ଅତି ଚଲାକିରେ ଗାଡିଟି ସେହି ପାଖ ଦେଇ ନେଲେ।ସେ ଦେଖିଲେଯେ ସେମାନେ ଦୁଇ ଜଣ ବହୁତ ଘାଇଲା ଅଛନ୍ତି।ଏବଂ ସେମାନଙ୍କ ଅବସ୍ଥା ଭଲ ନାହିଁ।ଏଥିପାଇଁ ସେ କିଛି ଆଗରେ ଗାଡି ରଖି ପଛକୁ ଆସିଲେ।

ସେ ଦେଖିଲ ଯେ ସେମାନେ ଦୁଇ ଜଣ ଦୁର୍ଘଟଣା ଯୋଗୁ ତାଙ୍କ ଶରୀର କ୍ଷତ ବିକ୍ଷତ ହୋଇଥିଲା।ସେ ଏହାପରେ ସେମାନଙ୍କୁ ଟ୍ରକରେ ନେଇ ଆଗକୁ ଆସିଲେ।ସେ ପଚାରିଲେଯେ ତୁମ ସହିତ ଏପରି କଣ ହୋଇଛି।ଏହାପରେ ସେମାନେ ଦୁଇଜଣ କହିଲେ ଯେ ସେମାନେ ଚାରିଜଣ ସାଙ୍ଗ ଗାଡିରେ ସେହି ରୋଡ଼ରେ ବହାରିଲେ।ଏବଂ ମସ୍ତି କରି କରି ଆସୁଥିଲେ।

ତାଙ୍କର ଦୁଇ ଜଣ ସାଙ୍ଗଙ୍କ ବାଇକ ଆକ୍ସିଡେଣ୍ଟ ହୋଇଯାଇଥିଲା।ସେମାନେ ବାଇକରୁ ରୋଡ଼ ସାଇଡରେ ଥିବା ଲଟାରେ ପଡିଗଲେ।ଆମେ ଯେତେବେଳେ ସେହି ଦୁଇଜଣଙ୍କ ପାଖକୁ ଗଲୁ ସେମାନେ ସେଠାରୁ ଗାୟବ ହୋଇଯାଇଥିଲେ।ଆମେ ତାଙ୍କୁ ଖୋଜାଖୋଜି କରୁଥିଲୁ କିନ୍ତୁ ସେମାନେ ମିଳୁନଥିଲେ।ହଠାତ ଏକ ଭୟଙ୍କର ଶବ୍ଦ ହେଲା।

ଆମେ ଡରି ବାଇକ ଷ୍ଟାର୍ଟ କରି ଅନେକ ଦୂରକୁ ଚାଲି ଆସିଲୁ।କିଛି ଦୂର ଆସିବା ପରେ ଆମକୁ ଏପରି ଲାଗିଲା ଯେପରି ବାଇକଟି ଆପେ ଆପେ ଚାଲୁଛି।ଆମେ ବାଇକ ରୋକିବା ପାଇଁ ମଧ୍ୟ ଚେଷ୍ଟା କଲୁ।କିନ୍ତୁ କିଛି କାମ କରିଲାନାହିଁ।ତେଣୁ ଆମେ ବାଇକରୁ ଡେଇଁ ପଡ଼ିଲୁ।ଏହାପରେ ବାଇକଟି ଗଛରେ ପିଟିହେଲା ଏବଂ ଆମେ ରୋଡ଼ରେ ପଡ଼ିଲୁ ଏହାପରେ ଆମ ସାମ୍ନାରେ କିଛି ମହିଳା ଠିଆ ହୋଇଥିବାର ଦେଖିଲୁ।

ସେମାନେ ତଳେ ନଠିଆ ହୋଇ ଆକାଶରେ ଉଡୁଥାନ୍ତି।ଏବଂ ଆମକୁ ଆସି ବହୁତ ଜୋରରେ ହସୁଥାନ୍ତି।କିନ୍ତୁ ଆପଣ ହଠାତ ଆସି ପହଞ୍ଚିଗଲେ ଏବଂ ମୋ ଜୀବନ ବଞ୍ଚିଗଲା।ସେ ଏହି କଥା ବିଶ୍ୱାସ କରୁନଥିଲେ କିନ୍ତୁ ହଠାତ ତାଙ୍କ ଆଗକୁ ଏକ କଳାରଙ୍ଗର ଛାୟା ମାଡି ଆସିଲା ସେହି ଛାୟାଟି ମଧ୍ୟ ପବନରେ ଝୁଲୁଥାଏ।

ସେ କିନ୍ତୁ ଟ୍ରକକୁ ନେଇ ସେହି ଛାୟା ଉପରେ ଚଢାଇଲେ।ଏହାପରେ ଗାଡିର ବ୍ରେକ କାମ କରିଲା ନାହିଁ।ଏହାପରେ ସେ ଯେତେବେଳେ ବ୍ରେକ ସଜାଡି ସଏ ଆସିଲେ ତ ଦେଖିଲେ ସେହି ଦୁଇଜଣ ଟ୍ରକରେ ନଥିଲେ।ସେମାନଙ୍କ ସେଠାରେ ଚିହ୍ନବର୍ଣ୍ଣ ମିଳିଲା ନାହିଁ।ଏହାପରେ ସେ ଗାଡି ଜୋରରେ ଚଳାଇ ସେଠାରୁ ଚଣ୍ଡିଖୋଲ ଆସିଗଲେ।ଏହାପରେ ସେଠାରେ ପହଞ୍ଚିବା ପରେ ସେହି ଚାରି ଜଣଙ୍କ ମୃତ ଶରୀର ସେହି ଗାଡିରୁ ବାହାରିଲା।ଏହାପରେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ପୋଲିସକୁ କିଛି ପ୍ରମାଣ ନମିଳିବା କାରଣରୁ ତାଙ୍କୁ ଛାଡିଦିଆ ଯାଇଥିଲା।

Leave a Reply

Your email address will not be published. Required fields are marked *