ସେଦିନ Baleswar ସାଙ୍ଗ ବାହାଘର ରେ Barajatri ଯାଉଥିବା ରାତିର ଭୟାନକ ଘଟଣା,ଘଟିଲା ଏପରି ପଢିଲେ ଛାତି ଦୁଲୁକିଯିବ ଆପଣଙ୍କର,ସାହସ ଥିଲେ ପଢନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ସତ ଭୁତ ଘଟଣା ବିଷୟରେ ଜାଣିବା।ତେବେ ଏହି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏହି ଘଟଣା ହେଉଛି ୨୦୦୮ ମସିହାର ଏକ ସାଙ୍ଗର ବିବାହ ଥାଏ।ତେବ ଆମେ ସବୁ ସାଙ୍ଗ ସାଥି ମିଶି ବାହାରି ପଡ଼ିଲୁ ବରଯାତ୍ରୀ ଯିବାପାଇଁ।

ଶୀତ ଦିନ ଥାଏ ଏବଂ ପ୍ରବଳ ଥଣ୍ଡା।ବେଳାବେଳି ରାତି ହୋଇଯିବା ସ୍ୱାଭାବିକ କଥା।ସେଦିନ ଆମ ଗାଡିକୁ ଛାଡିଦେଲେ ଅନ୍ୟ ଚାରୋଟି ଗାଡି ଥିଲା।ମୁଁ ଗାଡି ଭିତରେ ଆରାମରେ ବସି ଅନ୍ୟ ସାଙ୍ଗଙ୍କ ସହିତ ଖଟି କରିବାରେ ଲାଗିଥାଏ।ଅଚାନକ ଗାଡିଟି କିପରି ଥରିଗଲାଭଳି ଲାଗିଲା।ଡ୍ରାଇଭର ଜଣଙ୍କ ତଳକୁ ଓହ୍ଲାଇ ଦେଖିଲେ ଯେ ଗାଡିର ଟାୟାର ପମ୍ପଚର ହୋଇଯାଇଥିଲା।

ସମସ୍ତଙ୍କୁ ତଳକୁ ଆସିବାକୁ ପଡିବ।ଏହାପରେ ଡ୍ରାଇଭର ସହିତ ମୋର ଦୁଇ ଜଣ ସାଙ୍ଗ ମିଶି ଗାଡିର ଟାୟାର ଚେଞ୍ଜ କରିବାରେ ଲାଗିଲେ।ଏହାପରେ ଆମେ ଗାଡିରେ ପୁନର୍ବାର ବସିଗଲୁ।ସେତେବେଳେ ଆମ ସାଙ୍ଗରେ ଆସୁଥିବ ଅନ୍ୟ ଗାଡି ଆମଠାରୁ ଅନେକ ଦୂର ଆଗକୁ ଯାଇସାରିଲେଣି।ଏବଂ ଆମେ କେହି କନ୍ୟାର ଘରର ରାସ୍ତା ଜାଣିନୁ।

ଏହାପରେ ଆମେ ଅନୁମାନ ଲଗାଇ ଆଗକୁ ବଢ଼ିଲୁ ସେତେବେଳକୁ ଅଧିକ ରାତି ମଧ୍ୟ ହୋଇଗଲାଣି।ରାସ୍ତା ସମ୍ପୂର୍ଣ୍ଣ ସୁନସାନ।ସେତେବେଳେ ଥଣ୍ଡା ଯୋଗୁଁ କୁହୁଡି ମଧ୍ୟ ହୋଇଯାଇଥିଲା ଏବଂ ରାସ୍ତାରେ ଗାଡି ଚଳେଇବାରେ ଅସୁବିଧା ହେଉଥିଲା।ହଠାତ ଗାଡିର ଛାତ ଉପରେ କିଛି ପଡିବାର ଶବ୍ଦ ହେଲା।ଏହି କଥା ଜାଣିବା ପରେ ଡ୍ରାଇଭର ସଙ୍ଗେ ସଙ୍ଗେ ବ୍ରକ ମାରି ଗାଡିକୁ ଅଟକାଇନେଲା।

ଏହାପରେ ଆମେ ତଳକୁ ଯାଇ ଦେଖିଲେ ତ ସେଠାରେ କିଛିବି ନଥିଲା।କିନ୍ତୁ ଏହି ଭୟଙ୍କର ଶବ୍ଦ ଶୁଭିଲା କେଉଁଆଡ଼ୁ?ଆମେ ଏହି କଥା ଚିନ୍ତା କରି ଗାଡିର ଆଖ ପାଖରେ ରହି ଏପରି ଚିନ୍ତା କରିଥାଉ।ସେତେବେଳେ ମୋର ନଜର ପଡିଲା ସାମ୍ନାରୁ ଆମ ଆଡ଼କୁ ମାଡି ଅସୁଥିବା କିଛି ଲୋକଙ୍କ ଉପରେ।

ତାଙ୍କୁ ଦେଖି ମୁଁ ଡରିଗଲି କାରଣ ସେମାନେ ପାଦରେ ଚାଲିବା ବଦଳରେ ନିଜ ଗୋଡ଼ ଉପରକୁ କରି ହାତ ସାହାଯ୍ୟରେ ଚାଲୁଥିଲେ।ଏହା ମଧ୍ୟରେ ଅନ୍ୟ ସମସ୍ତଙ୍କ ନଜର ମଧ୍ୟ ସେମାନଙ୍କ ଉପରେ ପଡ଼ିଲା।ଏହାପରେ ସମସ୍ତେ ଭୟଭୀତ ହୋଇ ଗାଡ଼ିରେ ଚଢ଼ିଗଲେ।ଏବଂ ଡ୍ରାଇଭର ଗାଡିକୁ ଷ୍ଟାର୍ଟ କରିଲା।ସେମାନେ ମଧ୍ୟ ଆମର ପିଛା କରିବାରେ ଲାଗିଲେ।

କିନ୍ତୁ ସେହି ଡ୍ରାଇଭରଙ୍କ ସାହାସ ବଳରେ ଆମେ କୌଣସି ପ୍ରକାର ହାଇ ୱେରେ ପହଞ୍ଚିଲୁ।ସେତେବେଳେ ସେହି ଲୋକମାନେ ମଧ୍ୟ ଗାୟବ ହୋଇଯାଇଥିଲେ।ଆମେ ଏହାପରେ ବିବାହରେ ପହଞ୍ଚି ଆମ ସହିତ ଘଟୁଥିବା ଘଟଣା ସେଠାରେ କହିଲୁ।ସେମାନେ କେହି ବିଶ୍ୱାସ କଲେ ନାହିଁ।କିନ୍ତୁ ସେହି ଗ୍ରାମର ଲୋକଙ୍କୁ ଯେତେବେଳେ କହିଲୁ ସେମାନେ କହିଲେ

ସେହି ସ୍ଥାନରେ ଏହି ଥଣ୍ଡା ସମୟରେ ଦୁଇଟି କାରର ଆକ୍ସିଡେଣ୍ଟ ହୋଇଯାଇଥିଲା।ଏବଂ ସେଠାରେ କିଛି ଲୋକଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା।ଏବଂ ଅନ୍ୟ କିଛି ଲୋକଙ୍କୁ ଡାକ୍ତର ଖାନା ନେବା ସମୟରେ ବାଟରେ ଦେହାନ୍ତ ହୋଇଯାଇଥିଲା।ସେହିଦିନ ଠାରୁ ସେହି ଲୋକ ମାନଙ୍କ ଆତ୍ମା ସେହିଠାରେ ଘୁରିବୁଲିଥାନ୍ତି।ତୁମ ଭାଗ୍ୟଭଲ ତୁମେ ସେଠାରୁ ବଞ୍ଚିଗଲ।

ତେବେ ସବୁବେଳେ ପରି ଏଠାରେ ସ୍ପଷ୍ଟ କରି ରଖୁ ଯେ ଆମେ କୌଣସି ପ୍ରକାର ଭୁତ ରେ ବିଶ୍ୱାସ ,ରଖୁନା,ଏହାକୁ ଏକ କାଳ୍ପନିକ ଢଙ୍ଗ ରେ ନେବା ପାଇଁ ଅନୁରୋଧ,ଦୟାକରି ଏହାର ସତ୍ୟତା ଜାଣିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ,ଏହା କେବଳ ଏକ ଗଳ୍ପ ଭାବେ ଗ୍ରହଣ କଲେ ଆପଣଙ୍କ ପାଇଁ ଭଲ

Leave a Reply

Your email address will not be published. Required fields are marked *