ସେଦିନ ରାତିରେ Talcher ରୁ Keunjhar ଫେରୁଥିବା ରାତିର ଛାତି ଥରା ଘଟଣା,ପଢିଲେ ଆପଣ ମଧ୍ୟ ଭୟ କରିଯିବେ,କମଜୋର ଲୋକ ଆଦୌ ପଢ଼ନ୍ତୁ ନାହିଁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଭୁତ କାହାଣୀ ବିଷୟରେ ଜାଣିବା।ତେବେ ଆମେ ଏଠାରେ ସ୍ପଷ୍ଟ କରି ରଖୁ ଯେ ଆମେ କୌଣସି ପ୍ରକାର ଭୁତ ପ୍ରେତ ରେ ବିଶ୍ୱାସ କରୁ ନାହୁଁ ,ଏହା ଏକ ସଂଗୃହିତ କଥା ଅଟେ ।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ମୁଁ ମୋର ଏକ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହେଲେ ଯିଏକି ଜଣେ ଟ୍ରକ ଡ୍ରାଇଭର ଅଟନ୍ତି।ସେ ଦେଖା ହେବା ବେଳେ ଏହା କହିଥିଲେ ଯେ ତାଙ୍କ ସହିତ ଏକ ଭୟଙ୍କର ଘଟଣା ଘଟିଥିଲା।ଯେତେବେଳେ ତାଙ୍କୁ ତାଳଚେରରୁ ମାଲ ଲୋଡିଙ୍ଗ କରି କେନ୍ଦୁଝର ଯିବାର ଥିଲା।

ମାଲ ଲୋଡିଙ୍ଗ ସରିଲା ପରେ ସେଠାରୁ ବାହାରିବା ବେଳକୁ ରାତି ପାଖା ପାଖି ୧୧ଟା ହୋଇଜାଇଥାଏ।ସେତେବେଳକୁ ତାଙ୍କ ପାଖରେ ତାପସ ଭାଇ ବୋଲି ଜଣେ ହେଲପର ଭାବରେ କାମ କରୁଥିଲେ।ସେ ଗାଡି ଚଲେଇବା ମଧ୍ୟ ଜାଣିଥିଲେ ଯାହା ଫଳରେ ରାକେଶଙ୍କୁ କାମ କରିବାରେ ସହଜ ପଡୁଥିଲେ।ଗାଡି ଲୋଡିଙ୍ଗ ହେବା ପରେ ତାପସ ସେଠାରୁ ଯିବାପାଇଁ ଗାଡିକୁ ଷ୍ଟାର୍ଟ କରିଥିଲେ

କିନ୍ତୁ ହଠାତ ରାକେଶ ହାତ ପକାଇ କହିଲେ ମୁଁ ଗାଡିକୁ ବାହାର କରିଦେଉଛି କାରଣ ଏଠାର ରୋଡ଼ ବିଷୟରେ ମତେହିଁ ଭଲ ଭାବରେ ଜଣା ଅଛି।ଏବଂ ମୁଁ ଗାଡିକୁ ବାହାର କରି ଦେଉଛି ସେଠାରୁ ତୁମେ ଚଳେଇବ।ଏହାପରେ ହାଇ ୱେରେ ପହଞ୍ଚିବା ପରେ ମୁଁ ତାପସଙ୍କୁ ଗାଡି ଦେଲି ଏବଂ ଆରାମରେ ବସିଲି।ଏହାପରେ ଦୁଇ ଘଣ୍ଟା ପରେ ମୁଁ ନିଜେ ଗାଡି ଚଳାଇଲି।

ଏହାପରେ ତାପସ ନିଜ ମୋବାଇଲରେ ବ୍ୟସ୍ତ ହୋଇଗଲା।ଏହାପରେ ହଠାତ ତାପସ ନିଜ ଫୋନକୁ ଫୋପାଡି ଦେଇ କହିଲା ଗାଡିର ସ୍ପୀଡ଼ ବଢ଼େଇବାକୁ।ସେତେବେଳେ ତାର ଦେହ ହାତ ଥରୁଥିଲା ଏବଂ ସେ କହିଲା ତୁମେ ଦେଖିନ ପଛରେ କଣ ହେଲା।ମୁ କହିଲି ନା ମୁଁ ତ କିଛି ଦେଖିନି।ତାପସ କହିଲା ଏବେ କିଛି କହି ହବନି ଯଦି ବଞ୍ଚିବାର ଅଛି ଗାଡି ସ୍ପୀଡ଼ ବଢାଅ।ଏହାପରେ ମୁଁ କହିଲି ଗାଡି ସ୍ପୀଡ଼ ବଢିଲେ ତାହାକୁ କଣ୍ଟ୍ରୋଲ କରି ହବନି।

ଏହାପରେ ଗାଡି ସ୍ପୀଡ଼ ବଢ଼ିଲା ଏବଂ କିଛି ଆଗରେ ଗାଡି ସାମ୍ନାରେ କାଚରେ ଘଷି ହୋଇ ଏକ ମୃତ ଶରୀର ଖସି ପଡ଼ିଲା।ଯାହା ଫଳରେ ଗାଡିର ଆଗ କାଚଟି ପୁରା ରକ୍ତରେ ଲାଲ ହୋଇଗଲା।ଏହାପରେ ମୁଁ ଆହୁରି ଜୋରରେ ଗାଡି ବଢ଼ାଇ ଦେଲି।ମତେ ଲାଗୁଥାଏ ଯେପରି ଗାଡ଼ିରେ ଅନେକ ଜିନିଷ ପିଟି ହେଉଛି।କିଛି ବାଟ ଗଲା ପରେ ରୋଡ଼ ସାଇଟରେ ଗାଡିଟି ଠିଆ ହୋଇଗଲା ଏବଂ ଏପରି ଲାଗିଲା କେହି ଜଣେ ଗାଡିକୁ ଧରି ଠିଆ କରିଦେଲା।

ଗାଡି ଆଉ ପୁନର୍ବାର ଷ୍ଟାର୍ଟ ହେଲା ନାହିଁ।ତାପସ କହିଲା ଭୁଲରେ ମଧ୍ୟ ବାହାରକୁ ବାହାର ନାହିଁ।ସେ ବାହାରକୁ ଦେଖିଲା ବେଳକୁ ଗାଡି ପାଖରେ ଏକ କଳା ରଙ୍ଗର ଛାୟା ବୁଲୁଚି।ଚାରି ପାଞ୍ଚ ଘଣ୍ଟା ପରେ ଗାଡି ଷ୍ଟାର୍ଟ କଲା ପରେ ଭଗବାନଙ୍କ ଦୟାରୁ ଗାଡି ଷ୍ଟାର୍ଟ ହୋଇଗଲା।ଏହାପରେ ସେ ଫୁଲ ସ୍ପୀଡ଼ରେ ଗାଡି ନେଇ ଏକ ଢାବା ପାଖରେ ରଖିଦେଲେ।ସେଠାରେ ତାପସ କହିଲା ମୁଁ ରାସ୍ତାରେ ଏକ ବୋର୍ଡ ଦେଖିଲି ଯେଉଁଥିରେ ଲେଖା ଥିଲା ଭୁତ ପ୍ରେତ ସ୍ଥାନ ଏଥିପାଇଁ ଗାଡିକୁ ଜଲଦି ନିଅନ୍ତୁ।ଏବଂ ବାଟରେ ମୁଁ ମିରର ରେ ଏକ ଭୟଙ୍କର କଳାରଙ୍ଗର ଛାୟା ଦେଖିଲି।ଏଥିପାଇଁ ମୁଁ ଗାଡିର ସ୍ପୀଡ଼ ବଢାଇବାକୁ କହିଲି।

Leave a Reply

Your email address will not be published. Required fields are marked *