କେମିତି କହିବି କହ ସୁଟିଂ Set ରେ କାନ୍ଦିଲେ ସୁପ୍ରିୟା,କଣ ହୋଇପାରେ କାରଣ,ଜାଣିବା ପରେ ଆପଣ ହେବେ ଆଶ୍ଚର୍ଯ୍ୟ..ଦେଖନ୍ତୁ Video

Spread the love

ଜି-ସାର୍ଥକ ଚ୍ୟାନେଲରେ ପ୍ରସାରିତ ହୋଇ ଆସୁଥିବା ଚର୍ଚ୍ଚିତ ଧାରାବାହିକ “କେମିତି କହିବି କହ” ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି। କିଛି ବର୍ଷ ଧରି ଏହା ଲୋକମାନଙ୍କ ବହୁତ ରୋମାଞ୍ଚକର ଭାବରେ ମନୋରଞ୍ଜନ କରି ଆସୁଛି। ଏହି ଧାରାବାହିକ ଆଉ ଜି-ସାର୍ଥକରେ ଦେଖିବାକୁ ମିଳି ନ ପାରେ। ଏହି କଥାରେ ମର୍ମାହତ ହୋଇ ଯାଇଛନ୍ତି ନାୟିକା ସୁପ୍ରିୟା। ସେ ଲାଇଭ ଆସି ନିଜର ମନ କଥା ଜଣାଇଛନ୍ତି। ତେବେ କଣ ହୋଇପାରେ ଏହାର କାରଣ ସେ ସମ୍ପର୍କରେ ଆଲୋଚନା କରିବା।

ସୂଚନାଯୋଗ୍ୟ ଯେ, ଜି-ସାର୍ଥକ ଚ୍ୟାନେଲରେ ପ୍ରସାରିତ ହୋଇ ଆସୁଥିବା ଚର୍ଚ୍ଚିତ ଧାରାବାହିକ “କେମିତି କହିବି କହ” ଏକ ନିଆରା ଏବଂ ରୋମାଞ୍ଚକ ପୂର୍ଣ୍ଣ ଧାରାବାହିକ ଥିଲା। ସିଦ୍ଧାନ୍ତ ମହାପାତ୍ର ଏବଂ ସୁପ୍ରିୟାଙ୍କ ଯୋଡି ଦର୍ଶକଙ୍କୁ ଅତ୍ୟନ୍ତ ସୁନ୍ଦର ଏବଂ ଆକୃଷ୍ଟ କରିଥିଲା। ମାତ୍ର ପ୍ରଯୋଜନା ସଂସ୍ଥା କୌଣସି ଅସୁବିଧା ପାଇଁ ଏହାକୁ ବନ୍ଦ କରିବା ନେଇ ଚିନ୍ତା କରିଥିଲେ।

ସେଥିପାଇଁ ଆସନ୍ତା ଶନିବାର ଏହାର ସମାପ୍ତି ହେବ ବୋଲି ନିର୍ଣ୍ଣୟ ନିଆ ଯାଇଥିଲା।ପ୍ରଯୋଜକଙ୍କ ଏହି ନିର୍ଣ୍ଣୟ ଦର୍ଶକ ମାନଙ୍କୁ ମର୍ମାହତ କରିଥିଲା। ନାୟିକା ସୁପ୍ରିୟା ଏହି କଥା ଶୁଣି ମ୍ରିୟମାଣ ହୋଇ ପଡ଼ିଥିଲେ। ସେ ଲାଇଭ ଆସି ନିଜର ଦୁଃଖ ଜଣାଇଥିଲେ। ପ୍ରସିଦ୍ଧ ଅନୁଭବୀ ସିଦ୍ଧାନ୍ତ ମହାପାତ୍ରଙ୍କ ସହ କାମ କରି ସେ କିପରି କେତେ ଅନୁଭବ ସଂଗ୍ରହ କରିଛନ୍ତି

ସେ ସମ୍ପର୍କରେ ମଧ୍ୟ କହିଥିଲେ। ସମସ୍ତ କଳାକାରମନେ କିପରି ଶ୍ରଦ୍ଧା ଏବଂ ସହଯୋଗୀ ହୋଇ କାର୍ଯ୍ୟ କରୁଥିଲେ ସେ ସମ୍ପର୍କରେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଲୋକମାନେ ତାଙ୍କୁ ଏହି ପରଦାରେ ନ ଦେଖିଲେ ମଧ୍ୟ ସେ ପ୍ରତ୍ୟେକ ଓଡ଼ିଆ ମନରେ ଲୁଚି ରହିଛନ୍ତି ଆଉ ରହିଥିବେ ମଧ୍ୟ। ଶେଷରେ ସେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ।

ତେବେ ଆପଣାକୁ ଏହି ସିରିଏଲ କିପରି ଲାଗୁଥିଲା ଓ କିଭଳି ଆପଣ ଏହାର ମଜା ନେଉଥିଲେ ସେ ବିଷୟରେ ଜଣେଇବା ପାଇଁ ଅନୁରୋଧ ଓ ଆଗାମୀ ଦିନରେ ଏହାର ଦ୍ୱିତୀୟ ଭାଗ ଆସିବା ନେଇ ଚର୍ଚା ଚାଲିଥିଲେ ମଧ୍ୟ ଏବେ ଯାଏ କୌଣସି ପ୍ରକାର ସ୍ପଷ୍ଟ ଉତ୍ତର ମିଳିନାହିଁ,ଏହାର ସଠିକ ଉତ୍ତର ସମୟ କହିବ

Leave a Reply

Your email address will not be published. Required fields are marked *