PABITRA ଶ୍ରାବଣ ମାସ ସୋମବାର ଭଗବାନ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏହି ୮ଟି ଜିନିଷ ମନସ୍କାମନା ପୂର୍ଣ୍ଣ ହେବ…

Spread the love

ଶ୍ରାବଣ ମାସ ସୋମବାର ଭଗବାନ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏହି ୮ ଟି ଜିନିଷ ମନସ୍କାମନା ପୂର୍ଣ୍ଣ ହେବ।ଭଗବାନ ମହାଦେବଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ସୋମବାର ବହୁତ ଶୁଭ ଅଟେ।ଶ୍ରାବଣ ମାସ ହିନ୍ଦୁମାନଙ୍କ ପାଇଁ ବହୁତ ଭଲ ହୋଇଥାଏ।ଏହି ମାସରେ ପଡ଼ୁଥିବା ସୋମବାର ବହୁତ ବିଶେଷ ଭାବେ ମନାଯାଇଥାଏ।

ଯଦି ଶ୍ରାବଣ ମାସ ସୋମବାର ଦିନ ଭଗବାନ ଦେବ ଦେବ ମହାଦେବଙ୍କୁ ପୂଜା କରାଯାଏ। ତେଣୁ ଭଗବାନ ଶିବଙ୍କ କୃପା ପାଇବା ପାଇଁ ତାଙ୍କୁ ପ୍ରସନ୍ନ କରିବା ନିହାତି ଆବଶ୍ୟକ।ତେଣୁ ଆଜି ଆମେ ଆପଣମାନଙ୍କୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏପରି କିଛି ଉପାୟ କହିବାକୁ ଯାଉଛି ଯାହାକୁ ପାଳନ କରି ଆପଣମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିପାରିବେ।

୧- ଜଳ: ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଓଁ ନମଃ ଶିବାୟଃ ଜପ କରି ଭଗବାନ ଶିବଲିଙ୍ଗ ଉପରେ ୧୦୮ ଥର ଜଳ ଅର୍ପଣ କରିବେ ତେବେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ।୨- କ୍ଷୀର: ଯଦି ଆପଣ ସୋମବାର ଦିନ ଭଗବାନ ଶିବଙ୍କ ଅଭିଷେକ କ୍ଷୀରରେ କରିବେ ତେବେ ଆପଣଙ୍କୁ ବହୁତ ଲାଭ ମିଳିବ ଏବଂ ଶାରୀରିକ କଷ୍ଟ ଦୂର ହେବ।

୩- ଚିନି: ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଭଗବାନ ଶିବଲିଙ୍ଗ ଉପରେ ଚିନି ଅର୍ପଣ କରିବେ ତେବେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ ଏବଂ ଆପଣଙ୍କ ଉପରେ ଭଗବାନ ଶିବଙ୍କର ସର୍ବଦା ଆଶୀର୍ବାଦ ରହିବ।୪- ଘିଅ: ଯଦି ଆପଣ ଭଗବାନ ଶିବଙ୍କ ଅଭିଷେକ ଘିଅରେ କରାଇବେ ତେବେ ଆପଣଙ୍କୁ ଶକ୍ତି ପ୍ରାପ୍ତ ହେବ।ଯେଉଁ ଲୋକମାନେ ସନ୍ତାନ ସୁଖ ପ୍ରାପ୍ତି କରିପାରିନାହାନ୍ତି ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।

୫- ମହୁ:ଯଦି ଆପଣ ଭଗବାନ ଶିବଙ୍କ ଅଭିଷେକ ମହୁରେ କରିବେ ତେବେ ଆପଣଙ୍କ ବାଣୀ ମଧୁର ହେବ।୬- ଭାଙ୍ଗ: ଯଦି ଆପଣ ଭଗବାନ ଶିବଲିଙ୍ଗ ଉପରେ ଭାଙ୍ଗ ଅର୍ପଣ କରିବେ ତେବେ ଭଗବାନ ଶିବ ଆପଣଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହେବ।

୭- ଚନ୍ଦନ: ଯଦି ଆପଣ ଭଗବାନ ଶିବଲିଙ୍ଗ ଉପରେ ଚନ୍ଦନ ଲଗାଇବେ ତେବେ ଆପଣଙ୍କ ମନକାମନା ବହୁତ ଶୀଘ୍ର ପୂରଣ ହେବ।ଏହାକୁ ଆପଣ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ କରିପାରିବେ।୮- କେଶର: ଯଦି ଆପଣ ଭଗବାନ ଶିବଲିଙ୍ଗ ଉପରେ କେଶର ଅର୍ପଣ କରିବେ ତେବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ। ଶ୍ରାବଣ ମାସର ସୋମବାର ଦିନ ଯଦି ଆପଣ ଏହି ସବୁ ଜିନିଷ ଅର୍ପଣ କରିବେ ଆପଣଙ୍କ ମନସ୍କାମନା ବହୁତ ଶୀଘ୍ର ପୂର୍ଣ୍ଣ ହେବ।

ତେବେ ଉପରୋକ୍ତ ପୂଜା କରିବା ସହ ଭଗବାନଙ୍କ ନାମ ନିଶ୍ଚିତ ଭାବେ ଜପ କରନ୍ତୁ। ଓଁ ନମଃ ଶିବାୟଃ ଜପିବା ଦ୍ଵାରା ସବୁ କଷ୍ଟ ହୁଏ ଦୂର।

Leave a Reply

Your email address will not be published. Required fields are marked *