ବଦଳି ଯାଇଛି ସେଦିନର ସେହି ରୁଖାସୁଖା Srijit Padhi ଙ୍କ ଚେହେରା,ଦିନେ ପୁରୀ ବଡ ଦାଣ୍ଡରେ ଭିକାରି ଥିଲେ ହେଲେ ସାଙ୍ଗମାନଙ୍କ ପାଇଁ ଆଜି ଏପରି ଭଲ ହେଇ ହେଇଛନ୍ତି Teacher

Spread the love

ଭଗବାନ ଜଗନ୍ନାଥଙ୍କ କୃପା କେହି ମଧ୍ୟ ବୁଝି ପାରିବେ ନାହିଁ।ସେ ନିଜର ଭକ୍ତଙ୍କ ସମସ୍ତ ଦୁଃଖ ହରଣ କରିବା ସହିତ ସେ ତାଙ୍କର ଭକ୍ତଙ୍କ ସମସ୍ତ ଇଚ୍ଛା ପୁରଣ ମଧ୍ୟ କରିଥାନ୍ତି।ତେବେ ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ପୁରୀ ବଡ଼ ଦାଣ୍ଡରେ।ଭଗବାନ ଜଗନ୍ନାଥ ତାଙ୍କର ଏକ ପାଗଳ ଭକ୍ତର ସହାୟତା କରି ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ କରିବାରେ ସହାୟତା କରିଥିଲେ।ଭକ୍ତ ଓ ଭଗବାନଙ୍କ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ମଧ୍ୟ କେହି ଜାଣି ପାରି ନାହାନ୍ତି ଏହା କେବଳ ଭକ୍ତ ଓ ଭଗବାନଙ୍କୁ ଜଣା।

କିଛି ଦିନ ତଳେ ଜଣେ ପାଗଳ ପୁରୀ ବଡ଼ ଦାଣ୍ଡରେ ବୁଲୁ ଥିବାର ଦେଖାଯାଇଥିଲା।ତେବେ ଏହି ପାଗଳ କୌଣସି ସାଧାରଣ ପାଗଳ ନଥିଲା ଏହି ପାଗଳ ଅତି ଭଲ ଭାବରେ ଇଂରାଜୀ ଉଚ୍ଚାରଣ କରିବା ସହିତ ସେ ଅତି ଭଲ ଭାବରେ ପେପର ମଧ୍ୟ ପଢି ପାରୁଥିଲେ।ତେବେ ତାଙ୍କର ଏହି ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କର କିଛି ବନ୍ଧୁ ତାଙ୍କୁ ଚିହ୍ନି ପାରିଥିଲେ।ତେବେ ଏହାପରେ ତାଙ୍କର ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିବା ପାଇଁ ସ୍ଥିର କରିଥିଲେ।ସେହି ପାଗଳଙ୍କ ନାମ ଥିଲା ଶ୍ରିଯିତ ପାଣି।

ସେ ଆଗକୁ ଅନେକ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।ଯାହାର ଫଳ ସ୍ୱରୂପ ସେ ଅଧିକ ମାନସିକ ଚାପରେ ଆସିବା ଫଳରେ ସେ ପାଗଳ ହୋଇ ଯାଇଥିଲେ।ତେବେ ତାଙ୍କର ବନ୍ଧୁ ମାନେ ତାଙ୍କୁ ଏପରି ଅବସ୍ଥାରେ ଦେଖିବାକୁ ପାଇଥିଲେ।ଯାହା ପରେ ସେମାନେ ସମସ୍ତେ ଏକାଠି ହୋଇ ତାଙ୍କର ଚିକିତ୍ସା କରିବା ପାଇଁ ନିଷ୍ପତି ନେଇଥିଲେ।ଫଳରେ ସେମାନେ ଏକ ବର୍ଷ ତଳେ ତାଙ୍କୁ ପୁରୀରୁ ଉଦ୍ଧାର କରି ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ।ଏହାପରେ ସେଠାରେ ତାଙ୍କର ଚିକିତ୍ସା କରା ଯାଇଥିଲା।

ଦୀର୍ଘ ଏକ ବର୍ଷ ଚିକିତ୍ସା ହେବା ପରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଆସିଥିଲା।ଏହାପରେ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଆରମ୍ଭ କରିଥିଲେ।ତାଙ୍କର ବନ୍ଧୁ ମାନଙ୍କ ସହାୟତାରେ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଥିଲେ।କଟକ ବଡ଼ ମେଡ଼ିକାଲରେ ତାଙ୍କର ସମସ୍ତ ବନ୍ଧୁ ମାନଙ୍କ ସହାୟତାରେ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଇଥିଲା।ଏହାପରେ ତାଙ୍କର ବନ୍ଧୁ ମାନେ ତାଙ୍କୁ ଏକ ସ୍କୁଲରେ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କରି ଦେଇଥିଲେ।

ଏହାପରେ ଶ୍ରିଯିତ ବର୍ତ୍ତମାନ ଏକ ବିଦ୍ୟାଳୟରେ ପିଲାମାନଙ୍କୁ ଖବର କାଗଜ ପଢ଼ି ଶୁଣାଉଛନ୍ତି।ଏହା ସହିତ ତାଙ୍କର ମାନସିକ ଅବସ୍ଥା ବର୍ତ୍ତମାନ ସ୍ଥିର ହେବାକୁ ଲାଗୁଛି।ଏହା ସହିତ ସେ ଧୀରେ ଧୀରେ ନିଜର ପୁରୁଣା କଥା ମନେ ପକାଉଛନ୍ତି।ତେବେ ତାଙ୍କର ପରିବାର ସମ୍ପର୍କରେ ତାଙ୍କର କିଛି ସଠିକ ଭାବରେ ମନେ ନାହିଁ।ତାଙ୍କର ସମସ୍ତ ବନ୍ଧୁ ଭଗବାନଙ୍କ ନିକଟରେ ଧନ୍ୟବାଦ ଅର୍ପଣ କରିଛନ୍ତି,ତାଙ୍କର ବନ୍ଧୁଙ୍କୁ ଠିକ କରି ଦେଇ ଥିବାରୁ।ତେବେ ତାଙ୍କର ବନ୍ଧୁ ମାନେ କହିଛନ୍ତି କି ସେ ଜଣେ ଭଲ ମଣିଷ ଅଟନ୍ତି ଓ ସେ ଖୁବ ଶୀଘ୍ର ଠିକ ହୋଇଯିବେ।

Leave a Reply

Your email address will not be published. Required fields are marked *