ଶ୍ରୀରାମ ପଣ୍ଡା କଣ ପାଇଁ ହେଲେ ସନ୍ନ୍ୟାସୀ? ଓଡ଼ିଶାର ସବୁଠୁ ବଡ ସୁପରଷ୍ଟାର ଙ୍କ ଜୀବନରେ କଣ ଘଟିଲା ଯେ ରାତାରାତି ହେଇଗଲେ ସନ୍ୟାସୀ – ଏହି କଥା ପଢନ୍ତୁ ପ୍ରଥମଥର

Spread the love

ଆମେ ସମସ୍ତେ ଓଡ଼ିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ବହୁତ ଭଲ ଭାବରେ ଜାଣୁ ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ସମସ୍ତ ଲୋକଙ୍କର ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ କରିବାର ଶୈଳୀ ମାଧ୍ୟମରେ ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ତେବେ ସେ ବର୍ତ୍ତମାନ ସ୍ଵାମୀ ନିତ୍ୟ ଚୈତନ୍ୟ ଭାବରେ ପରିଚିତ।କାରଣ ସେ ନିଜର ସାଂସାରିକ ମହାମାୟା ତ୍ୟାଗ କରି ବର୍ତ୍ତମାନ ଜଣେ ସନ୍ୟାସୀ ହୋଇ ସାରିଛନ୍ତି।

ତେବେ ସେ ଏପରି କରିବାର କାରଣ କଣ ଆମେ ବର୍ତ୍ତମାନ ଆଲୋଚନା କରିବା।ସେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ଏହା ସହିତ ସେ ଓଡ଼ିଆ ଫିଲ୍ମ ଧରିତ୍ରୀ ଜରିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।ତାଙ୍କ ଭଳି ଅଭିନେତା ହୁଏତ ଏହି ଓଡ଼ିଆ ଫିଲ୍ମ ଜଗତରେ ବହୁତ କମ ଥିବେ।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖୁଥିଲେ।

ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ମୋହିତ କରିବାରେ ସଫଳ ହୋଇଥିଲେ।ସେ ୧୯୭୨ ମସିହାରୁ ୧୯୯୧ ମସିହା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଲୋକଙ୍କର ମନୋରଞ୍ଜନ କରିଥିଲେ।ଏହି ସମୟ ମଧ୍ୟରେ ସେ ଓଡ଼ିଆ ଫିଲ୍ମ ଜଗତ ଉପରେ ରାଜ କରିଥିଲେ।ତେବେ ଏହି ସମୟ ମଧ୍ୟରେ ସେ ଓଡ଼ିଶାର ଅନେକ ଲୋକଙ୍କର ଆପଣାର ହୋଇ ପାରିଥିଲେ।

ଏହା ସହିତ ସେ ପ୍ରାୟ ୫୦ ରୁ ଅଧିକ ଫିଲ୍ମରେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି।ସେ ଯାଯାବର, ନାଗଫାଶ ଭଳି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଶାର ସମସ୍ତ ଲୋକଙ୍କର ପ୍ରିୟ ହୋଇ ପାରିଥିଲେ।ତେବେ ଏହା ସହିତ ସେ ନିଜର ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରି ପାରୁଥିଲେ।ତେବେ ସେ ୧୯୯୧ ମସିହାରେ କୁରୁକ୍ଷେତ୍ର ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ସେ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।ମାତ୍ର ଏହି ଚଳଚ୍ଚିତ୍ରଟି ଓଡ଼ିଶାର ଲୋକ ମାନଙ୍କୁ ପସନ୍ଦ ଆସି ନଥିଲା।ସେ ସେହି ସମୟରେ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ ମାତ୍ର ଏହା ପରେ ମଧ୍ୟ ସେ ଏହି ଚଳଚ୍ଚିତ୍ରର ସଫଳତା କରାଇ ପାରି ନଥିଲେ ଫଳରେ ସେ ଓଡ଼ିଆ ଫିଲ୍ମ ଜଗତ ଛାଡ଼ିବାକୁ ନିଷ୍ପତି ନେଇଥିଲେ।

ଏହାପରେ ସେ ଓଡ଼ିଆ ଫିଲ୍ମ ଜଗତ ଛାଡ଼ି ବିହାର ଚାଲି ଯାଇଥିଲେ।ସେ ସେଠାରେ ନିଜର ସମସ୍ତ ସାଂସାରିକ ମହାମାୟା ତ୍ୟାଗ କରି ସନ୍ନ୍ୟାସ ଧର୍ମ ଗ୍ରହଣ କରିବାକୁ ନିଷ୍ପତି ନେଇଥିଲେ।ଏହାପରେ ସେ ସେଠାରେ ସବୁଦିନ ପାଇଁ ରହିଯାଇଥିଲେ।ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

ମାତ୍ର ସେ ସମସ୍ତଙ୍କୁ ତ୍ୟାଗ କରି ବର୍ତ୍ତମାନ ବିହାରର ଏକ ସ୍କୁଲରେ ଯୋଗ ଗୁରୁ ଭାବରେ କାର୍ଯ୍ୟ କରୁଛନ୍ତି।ଏହା ସହିତ ସେ ବର୍ତ୍ତମାନ ସ୍ଵାମୀ ନିତ୍ୟ ଚୈତନ୍ୟ ଭାବରେ ପରିଚିତ।ସେ ନିଜର ଶେଷ ଫିଲ୍ମର ବିଫଳତା ପରେ ଏହି ସମସ୍ତ ନିଷ୍ପତି ନେଇଥିବା କହିଛନ୍ତି।ସେ କହିଛନ୍ତି ଏହି ଫିଲ୍ମର ବିଫଳତା ପରେ ମତେ ସବୁ କିଛି ମାୟା ଭଳି ଲାଗିଲା ସେଥିପାଇଁ ସେ ଏଭଳି ନିଷ୍ପତି ନେଇଥିବା କଥା କହିଛନ୍ତି।

Leave a Reply

Your email address will not be published. Required fields are marked *