ଓଡ଼ିଆ ଆକ୍ଟର ସୁମନ ମହାରଣାଙ୍କ ବିଷୟରେ କିଛି ଅଜଣା ତଥ୍ୟ – ତାଙ୍କ ସ୍ତ୍ରୀ କେତେ ସୁନ୍ଦର ଦେଖି ନିୟନ୍ତୁ

Spread the love

ସାଙ୍ଗମାନେ ଆପଣ ମାନେ ତ ସମସ୍ତେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବେ।ଆପଣ ମାନଙ୍କ ଭିତରୁ ପ୍ରାୟ ସମସ୍ତେ କମେଡି ପସନ୍ଦ କରୁଥିବେ।ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଚଳଚିତ୍ର ଜଗତର ଜଣେ ଅନନ୍ୟ କଳାକାରଙ୍କ ବିଷୟରେ।ସେ ହେଉଛନ୍ତି ହାସ୍ୟ କଳାକାର ସୁମନ ମହାରଣା।ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ସ୍କୁଲ ସମୟରେ ବହୁତ ନାଟକରେ ଅଭିନୟ ମଧ୍ୟ କରିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଥିଲେ।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଥିଲେ।ଆଜି ମୁଁ ଆପଣ ମାନଙ୍କୁ କହିବି ତାଙ୍କର ପରିବାର ବିଷୟରେ।

ତାଙ୍କର ଜନ୍ମସ୍ଥାନ ଭୁବନେଶ୍ୱର ଅଟେ।ସୁମନ ମହାରଣା ଏକ ଗରିବ ପରିବାରରୁ ଆସିଥିଲେ। ସେ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ହିଁ ବଢିଥିଲେ।ସୁମନଙ୍କର ଉଚ୍ଚତା ହେଉଛି ୪ ଫୁଟ ।ତେଣୁ ସେ ଅଧିକାଂଶ ଚଳଚ୍ଚିତ୍ରର ବାମନ ଭୂମିକା ପାଇଁ ମୁଖ୍ୟତଃ ବଛାଯାଇଥାନ୍ତି।ସେ ଓଡ଼ିଆ ଦର୍ଶକ ମାନଙ୍କ ମଧ୍ୟରେ ବହୁତ ପ୍ରିୟ ଅଟନ୍ତି।ତାଙ୍କ ଅଭିନୀତ କଣ୍ଢେଇ ଆଖିରେ ଲୁହ,ଲକ୍ଷ୍ମୀ ପ୍ରତିମା,ଏ ମନ ମାନେନା,ପହିଲି ରଜ,ଶୁଭ ବିବାହ, ମୁଁ କଣ ଏତେ ଖରାପ,ଧର୍ମ ଆଦିରେ ଅଭିନୟ ତାଙ୍କୁ ଓଡ଼ିଆ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି।

ସେ ଜଣେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତା ଅଟନ୍ତି। ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ପରିଚିତ । ସେ ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସୁମନ ତାଙ୍କର ପ୍ରଥମ କଥାଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଥିଲେ।ସୁମନ ଓଡ଼ିଆ ଫିଲ୍ମ ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ସ‌ହ ଓଡ଼ିଆ ଦୂରଦର୍ଶନରେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଧାରାବାହିକ ବ୍ୟତୀତ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ହୋଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି।ଏହା ବ୍ୟତୀତ ସେ କିଛି ମ୍ୟୁଜିକ ଆଲବମରେ କାମ କରିଛନ୍ତି।

ଅଭିନୟ ଜଗତରେ ସୁମନ ବହୁତ ନା କମାଇଛନ୍ତି।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି।ତାଙ୍କ ଅଭିନୀତ ଅନେକ ଫିଲ୍ମ ଓ ଗୀତ ଏବେ ବି ଅନେକ ଓଡ଼ିଆ ମାନଙ୍କ ହୃଦୟରେ ସେହିପରି ରହିଛି।ସେ ଏବେ ମଧ୍ୟ ଅନେକ ଟେଲିଭିଜନ କୋ କାର୍ଯ୍ୟକ୍ରମରେ ଅଭିନୟ କରୁଛନ୍ତି।ସେ ଏବେ ସପରିବାର ଭୁବନେଶ୍ୱରରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *