Sunaanda କହିଲେ ଆମ ଭିତରେ ମାସକୁ ଦୁଇ ଥର ଦେଖା ହୁଏ,ଆଉ ତା ଭିତରେ ଯାହା ସବୁ ହୁଏ..

Spread the love

ଯେତେ କଷ୍ଟ ହେଉ ପଛେ ମଲା ଯାଏ ଏହି ଅଭିନୟ ଜାରି ରଖିବି।ସେ ଜଣେ ମଧ୍ୟବିତ୍ତ ପରିବାରର ଝିଅ ଥିଲେ। ତାପରେ ଥିଏଟରରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା। ଆଉ ତାପରେ ଆରମ୍ଭ ହୋଇଥିଲା ସିରିଏଲ।ଏହା ପରେ ଲୋକ ତାଙ୍କୁ ଜାଣିବାକୁ ଲାଗିଲେ। ଜଣେ ଚର୍ଚ୍ଚିତ କଳାକାରଙ୍କ ସ୍ତ୍ରୀ ହେଲେ ମଧ୍ୟ ସେ ନିଜର ଗୋଟିଏ ନୂତନ ପରିଚୟ

ବା ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି କଳା କ୍ଷେତ୍ରରେ। ସେ ହେଲେ ସୁନନ୍ଦା ପରିଡ଼ା।ଆଜି ତାଙ୍କ ବିଷୟରେ ଜାଣିବା।ତେବେ ଜାଣିବା ଏବେ ତାଙ୍କ ଜୀବନ କେମିତି ଚାଲିଛି।ତେବେ ଏବେ ଭାଇ କେମିତି ଅଛନ୍ତି। ହଁ ସେ ଭଲ ଅଛନ୍ତି। ଆପଣ ଥିଏଟରରୁ ନିଜର ଯାତ୍ରା ଆରମ୍ଭ କରିଥିଲେ।ବର୍ତ୍ତମାନ ଆପଣ ଆସି

ଏଇଠି ପହଞ୍ଚିଛନ୍ତି। ଭଦ୍ରକ ଆପଣଙ୍କ ଘର। ଏହା ପରେ ଆପଣ ଭୁବନେଶ୍ଵର ଆସିଲେ। କଳାକାର ଲାଇନରେ ଆସିଲେଏହି ଇଣ୍ଡଷ୍ଟ୍ରି ଗୋଟିଏ ବହୁତ ବଡ ଜାଗା। ତେବେ ଆପଣ ନିଜର ଜାଗା ଏଠାରେ କିଭଳି ବନାଇଲେ। ପ୍ରକୃତରେ ଯାହା ବନେଇବା ପାଇଁ ବହୁତ କଷ୍ଟ କରିବାକୁ ପଡେ। ଛୋଟରୁ ବଡ ହେବା

ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ କଷ୍ଟ କରିବାକୁ ପଡେ।ସବୁ ଜିନିଷରେ କିଛି ଗୋଟିଏ ପାଠ ଅଛି। ପ୍ରଥମେ ମୋ ଜୀବନ ଆରମ୍ଭ ହୋଇଥିଲା ସଙ୍ଗୀତ ମହାବିଦ୍ୟାଳୟରେ। ସେଠାରୁ ମୋ ଜୀବନ ଆରମ୍ଭ ହେଲା।ମଞ୍ଚ ହିଁ ମୋ ଜୀବନ ମଞ୍ଚରୁ ମୋ ଜୀବନର ଆରମ୍ଭ। ମଞ୍ଚରେ ବି ଶେଷ ହେବ।

ଆଉ ଏ ଯାହା ସିରିଏଲ ସିନେମା ମଞ୍ଚରୁ ସିଖିଛୁ ବୋଲି କରି ପାରୁଛୁ। ସିନେମା ସିରିଏଲ କରିବା ଆମେ ମଞ୍ଚରେ ଅଭିନୟ ଶିଖିଛୁ ବୋଲି ଆମକୁ ସାହାଯ୍ୟ ହେଉଛି।ତେବେ ମୋର ପ୍ରଥମ ଆରମ୍ଭ ହେଉଛି ଥିଏଟର। ଆଗକୁ ଯାହା ହେବ ଦେଖାଯିବ ଆଉ। ଆପଣ କହିଲେ କି ଥିଏଟରର ବହୁତ ଦିନ ପରେ ଆପଣ ସିରିଏଲକୁ ଆସିଲେ।

ତେବେ ସିରିଏଲ ଆଉ ଥିଏଟର ଭିତରେ ଆପଣ କିଛି ଫରକ ଦେଖିବାକୁ ପାଇଲେ କି।ଆପଣଙ୍କୁ କୋଉଠି ବେଶୀ ଭଲ ଲାଗେ।ଦୁଇଟି ଯାକ ବହୁତ ଅଲଗା। ଦୁଇଟା ଯାକରେ ଅନେକ ଫରକ। ଥିଏଟରରେ ଲୋକମାନେ ଲାଇଭ ଦେଖନ୍ତି କିନ୍ତୁ ସିରିଏଲରେ ଏହା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆମେ କ୍ୟାମେରା ଆଗରେ ଅଭିନୟ କରୁ। ଏମିତି କିଛି ସୁନନ୍ଦା କହିଥିଲେ।

Leave a Reply

Your email address will not be published. Required fields are marked *