ତପୁ ମିଶ୍ରଙ୍କ ଜୀବନୀ – ଜନ୍ମରୁ ଆରମ୍ଭ କରି ମୃତ୍ୟ ପର୍ଯ୍ୟନ୍ତ ଟିକିନିଖି ସତ୍ୟତା ଜାଣିରଖନ୍ତୁ – ମାତ୍ର ୫ ମିନଟ ରେ ସବୁ କଥା ଜାଣିପାରିବେ – ତପୁ ଙ୍କୁ ଭଲ ପାଉଥିଲେ ନିଶ୍ଚୟ ପଢିବେ…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ତପୁ ମିଶ୍ରଙ୍କ ଜୀବନୀ ବିଷୟରେ।ସତରେ ଭାଗ୍ୟର ବଡ଼ ବିଚିତ୍ର ବିଡ଼ମ୍ବନା।ମନୁଷ୍ୟ ଜୀବନରେ ଅନେକ କଳାକାର ଯୋଡି ହୁଅନ୍ତି।ତ ପୁଣି କେତେବେଳେ ଅନେକ କଳାକାର ମଣିଷର ଜୀବନରେ ମନୋରଞ୍ଜନର ରଙ୍ଗ ଭରିଦେଇ ଶେଷ ନିଶ୍ୱାସ ତ୍ୟାଗ କରି ଅନେକ ଦୂରକୁ ଚାଲିଯାଆନ୍ତି।ରହିଯାଏ ତ କେବଳ ସେମାନଙ୍କ ସ୍ମୃତି ଓ ସ୍ମୃତି ଭିଜା ଅନୁଭୂତି।ସେହି ଅନୁଭୂତିରେ ଲେଖାଯାଇଛି ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଳାକାର ତପୁ ମିଶ୍ରଙ୍କର ନାମ।

ପଶ୍ଚିମ ଓଡିଶା ବା ସମ୍ବଲପୁର ଥାଏ ତପୁ ମିଶ୍ରଙ୍କର ଜନ୍ମ ସ୍ଥାନ।ସଙ୍ଗୀତ ଫ୍ୟାମିଲିରୁ ଆସୁଥିବା ତପୁ ମିଶ୍ରଙ୍କ ପିତା ଡ୍ରାମା କରନ୍ତି ଏବଂ ଗୀତ ଗଆନ୍ତି ଏବଂ ତାଙ୍କ ମାତା ଥିଲେ ସ୍ୱୀକୃତି ପ୍ରାପ୍ତ ଗୀତିକାର।ବଡ଼ ଭଉଣୀଙ୍କ ଠାରୁ ସଙ୍ଗୀତର ଶିକ୍ଷା ଆରମ୍ଭ କରିଥିଲେ ତପୁ।ଘରେ ତିନି ଭଉଣୀଙ୍କ ମଝିରେ ତପୁ ଥାନ୍ତି ସଭା ସାନ ଝିଅ।ସେଥିପାଇଁ ତାଙ୍କୁ ଘରେ ସବୁଠାରୁ ଅଧିକ ପସନ୍ଦ କରାଯାଏ।

ଛୋଟବେଳେ ଡାକ୍ତର ହେବାର ସ୍ୱପ୍ନକୁ ନେଇ ତପୁ ଅନେକ ସମୟରେ ଗୋଟିଏ ହାତରେ ଛୁରି ଏବଂ ଗୋଟିଏ ହାତରେ ଲାଲ ଟମାଟୋ ଧରି ତାହାକୁ ଗୋଟିଏ ହାତରେ କାଟି ପକାନ୍ତି।ଏବଂ ମାଆଙ୍କୁ କୁହନ୍ତି ମୁଁ ଏକ ଅପରେସନ କରିଦେଲି।ଏହାଛଡା ନିଜ ଭାବନାରେ ସେ ଧ୍ୟାନ ରଖନ୍ତି ଫ୍ୟାସନ ଡିଜାଇନଙ୍ଗ ଉପରେ ଏବଂ ଘର ସଜାଇବା, ଘର ଇଣ୍ଟିରିଅର ଡିଜାଇନ ଏବଂ ଡ୍ରେସିଙ୍ଗ ସେନ୍ସ ଉପରେ ତପୁଙ୍କର ଗଭୀର ଜ୍ଞାନ।ଭବିଷ୍ୟତରେ ଗୀତକୁ ଆପଣେଇ ତପୁ ମିଶ୍ର ହୋଇଯାଆନ୍ତି ଗାୟିକା।

ଏହାପରେ ଅନେକ ସକ୍ୟାସେଟ ତପୁଙ୍କ କଣ୍ଠରୁ ଗୀତ ଶୁଣିବାକୁ ମିଳେ।ତପୁ ଥାନ୍ତି ସମ୍ବଲପୁରୀ।ଅନେକ ସମୟରେ ଓଡ଼ିଆ ଗୀତ ଗାଇବା ହେଉ କିମ୍ବା ଓଡ଼ିଆ କଥା କହିବା ହେଉ କଷ୍ଟକର ହୋଇପଡେ ତପୁଙ୍କ ପାଇଁ।ତପୁଙ୍କ ସ୍କୁଲ ଏବଂ କଲେଜର ଶିକ୍ଷା ମଧ୍ୟ ସମ୍ବଲପୁରରେ ହୋଇଥିଲା।ସେଠାରେ ମଧ୍ୟ ଗୀତ ଗାଇ ଗାଈ ତପୁ ସମସ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ କରିଦେଇଥିଲେ।ଏହାପରେ ତପୁଙ୍କୁ ପ୍ରଥମ ଓଡ଼ିଆ ଭଜନ କ୍ୟାସେଟରେ ଗୀତ ଗାଇବାର ସୁଯୋଗ ମିଳିଲା।ଏହାପରେ ତାଙ୍କୁ କୂଳନନ୍ଦନ ସିନେମାରେ ଗୀତ ଗାଇବାର ଅଫର ମିଳିଲା।

ତପୁଙ୍କ ଗୀତ ମାଆ ଦେଇଥିଲା କଜ୍ଵଳ ଗାରଟି ସ୍ରୋତା ମାନଙ୍କ ମନରେ ବେଶ ଆଦୃତି ଲାଭ କରେ।ଏହାପରେ ଏହିଭଳି ଅନେକ ଗୀତ ଗାଇ ତପୁ ହୋଇଯାଇଥିଲେ ସମସ୍ତିଙ୍କ ମନପସନ୍ଦର।ଏହାପରେ ତପୁ ଅଭିନେତା ଦୀପକଙ୍କ ସହିତ ପ୍ରେମ ବନ୍ଧନରେ ବାନ୍ଧି ହୁଅନ୍ତି ତପୁ।

ବିଡ଼ମ୍ବନା ଭିତରେ ଭାଗ୍ୟ ମଣିଷ ସହିତ କେଉଁ ଖେଳ ଖେଳେ ତାହା ତ କେବଳ ଭାଗ୍ୟହିଁ କହିପାରିବ।ସେହିପରି ଭାଗ୍ୟ ଖେଳ ଖେଳିବା ଆରମ୍ଭ କରେ ୨୦୨୧ ମଇ ମାସରେ ସମସ୍ତିଙ୍କର ପ୍ରିୟ ତପୁ ମିଶ୍ରଙ୍କ ସହିତ।ମହାମାରି କରୋନାର ଶିକାର ହୋଇ ତପୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି।ଏକ ମାସ ଚିକିତ୍ସା ପରେ ଜୀବନର ପ୍ରତଯୋଗୀତାରେ ହାର ମାନି ନିଅନ୍ତି ତପୁ।ଏବଂ ନିଜର ଶେଷ ନିଶ୍ୱାସ ତ୍ୟାଗ କରନ୍ତି ୨୦୨୧ମସିହା ଜୁନ ୧୯ ତାରିଖରେ।କିନ୍ତୁ ଆଜି ବି ଘରେ ଘରେ ,ଟିଭିରେ ,ରେଡ଼ିଓ ରେ ଶୁଣିବାକୁ ମିଳେ ତପୁଙ୍କ ଗାଇଥିବା ଅନେକ ଗୀତ।ଜଗନ୍ନାଥଙ୍କ ଚରଣାରବିନ୍ଦରେ ତପୁ ମିଶ୍ରଙ୍କ ଅମର ଆତ୍ମା ଅମର ରହୁ।

Leave a Reply

Your email address will not be published. Required fields are marked *