ଅନାଥ ପିଲାକୁ ସାହା ହେଲେ ସ୍ୱରାଜ ବାରିକ – କହିଲେ ଆଜିଠୁ ଏମାନେ ମୋର – ଆଉ କରିଲେ ଏହି କାମ ଯେ ସାରା ଓଡିଶା କରୁଛି ପ୍ରଶଂସା

Spread the love

ତେବେ ଆମେ ସମସ୍ତେ ଜାଣୁ ଏହି ମହାମାରୀ ବର୍ତ୍ତମାନ ସମଗ୍ର ବିଶ୍ଵରେ ନିଜର ତାଣ୍ଡବ ଲୀଳା ଚଳାଇଛି।ଯାହା ଫଳରେ ଅନେକ ଲୋକଙ୍କର ପରିବାର ଉଜୁଡ଼ି ସାରିଲାଣି।ଅନେକ ଏହି ସମୟରେ ନିଜର ପ୍ରିୟଜନଙ୍କୁ ହରାଇ ସାରିଲେଣି।ଏହି ମହାମାରୀ କେତେ ପିଲାଙ୍କୁ ଅନାଥ କରି ସାରିଲାଣି ତାହାର କୌଣସି ଠିକଣା ନାହିଁ।ତଥାପି ଏହି ମହାମାରୀ ନିଜର ପ୍ରକୋପ କମାଇବାର ନାମ ନେଉନାହିଁ।ଏହିଭଳି ଏକ ଦୁଃଖଦ ଘଟଣା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛେ।

ତେବେ ଆମେ ସମସ୍ତେ ସ୍ବରାଜ ବାରିକଙ୍କୁ ଭଲ ଭାବରେ ଜାଣୁ।ସେ ଅତି କମ ବୟସରୁ ନିଜର ଅଭିନୟ କରିବାର ପ୍ରତିଭା ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହା ସହିତ ସେ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କର ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ତଥା ନିଜର ଅଭିନୟ କରିବାର ଦକ୍ଷତା ମାଧ୍ୟମରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ସେ ମାତ୍ର ୨୦ ବର୍ଷ ବୟସରେ ନିଜର ପ୍ରଥମ ଫିଲ୍ମ କରିବା ଆରମ୍ଭ କରିଥିଲେ।ଯାହା ଓଲିଉଡ ଇତିହାସରେ ପ୍ରଥମ ଥିଲା।

ଏହି କିଛି ଦିନ ହେଲା ସେ ବହୁତ ଚର୍ଚ୍ଚାରେ ଅଛନ୍ତି।କାରଣ ସେ ଏହିଭଳି ଏକ ଉଦାର ପୂର୍ଣ୍ଣ କାର୍ଯ୍ୟ କରିଛନ୍ତି।ଯାହା ଫଳରେ ସମସ୍ତଙ୍କ ମନରେ ତାଙ୍କ ପାଇଁ ସ୍ନେହ ଶ୍ରଦ୍ଧା,ଭଲପାଇବା ବଢ଼ିଯାଇଛି।ଏହି କିଛି ଦିନ ତଳେ ଦୁଇଟି ଅନାଥ ଭାଇ ଓ ଭଉଣୀଙ୍କର ଭିଡିଓ ଖୁବ ଭାଇରାଲ ହେବାର ଦେଖା ଯାଇଥିଲା।ଯେଉଁଥିରେ ଗୋଟିଏ ଛୋଟ ଝିଅ ନିଜର ଛୋଟ ଭାଇକୁ ହାତରେ ଧରି କାନ୍ଦୁଥିବାର ମଧ୍ୟ ଦେଖା ଯାଇଥିଲା।ସେମାନଙ୍କର ପିତା ଓ ମାତା ଏହି ମହାମାରୀର ଶିକାର ହେବା ଫଳରେ ସେମାନେ ସମ୍ପୂର୍ଣ୍ଣ ଅନାଥ ହୋଇ ଯାଇଥିଲେ।

ଏହା ସହିତ ସେ ସେହି ଦୁଇଜଣଙ୍କୁ ନିଜର ଭାଇ ଓ ଭଉଣୀ ବୋଲି ଗ୍ରହଣ କରିଛନ୍ତି ଓ ତାଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିବେ ବୋଲି କହିଛନ୍ତି।ଯାହା ଫଳରେ ସମସ୍ତେ ତାଙ୍କୁ ଅନେକ ପ୍ରଶଂସା କରିଛନ୍ତି।ସେ ନିଜର ତଥା ନିଜର ମାନବିକତାର ପରିଚୟ ଦେଇଛନ୍ତି।ସେ ପ୍ରମାଣ କରିଦେଇଛନ୍ତି ସେ କେବଳ ଜଣେ ଭଲ କଳାକାର ନୁହନ୍ତି ସେ ମଧ୍ୟ ଜଣେ ଭଲ ମଣିଷ ଓ ଜଣେ ସମାଜସେବୀ।ସେ ନିଜର ଏହି ପଦକ୍ଷେପ ମାଧ୍ୟମରେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିଛନ୍ତି।ଏହା ସହିତ ସେ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ ବୋଲି କହିଛନ୍ତି।

ସ୍ବରାଜ ନିଜର ଏହି କାର୍ଯ୍ୟ ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ଅନ୍ୟ ମାନଙ୍କୁ ମଧ୍ୟ ଏହି ମହାମାରୀର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।ଏହା ସହିତ ସେ ନିଜର ଏହିଭଳି ସମାଜର କଲ୍ୟାଣ ମୂଳକ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି।ଏଥିପାଇଁ ତାଙ୍କୁ ଓଲିଉଡ ଜଗତର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଅନେକ ପ୍ରଶଂସା କରିଛନ୍ତି।ଏତେ କମ ବୟସରୁ ସେ ଏହି ଭଳି କାର୍ଯ୍ୟ କରୁଥିବାର ଦେଖି ସମସ୍ତ ତାଙ୍କୁ ପ୍ରଶଂସା ନକରି ରହି ପାରି ନାହାନ୍ତି।

Leave a Reply

Your email address will not be published. Required fields are marked *