ଆପଣଙ୍କ ଘରେ ଥିବା ଠାକୁରଙ୍କ ମୁହଁ ବା Face କେଉଁ ଦିଗକୁ ରହିବା ଉଚିତ,ଏହି ଦିଗକୁ ରହିଲେ ଆପଣଙ୍କ ଘରେ ଟଙ୍କା ପଇସା ର ଅଭାବ ରହିବ ନାହିଁ…

Spread the love

ତେବେ ଜୀବନରେ ସଫଳତା ପାଇବାକୁ ହେଲେ କିଛି ନୀତି ନିୟମ ଗୁଡ଼ିକୁ ପାଳନ କରିବାକୁ ପଡ଼ିଥାଏ।ତେବେ ଆସନ୍ତୁ ଜାଣିବା ଏହି ପରି କିଛି ନୀତି ନିୟମ ବିଷୟରେ।ଯଦି ଆପଣ ନିଜ ଘରେ ବିଛା ଦେଖନ୍ତି ତାହାଲେ ଏହା ବହୁତ ଶୁଭ ହୋଇଥାଏ ଏବଂ ଯଦି ଆପଣ ଘରୁ ବାହାରକୁ ଯିବା ସମୟରେ ମଧ୍ୟ ବିଛା ଦେଖନ୍ତି ତାହାଲେ ମଧ୍ୟ ଶୁଭ ହୋଇଥାଏ।

ମନ୍ଦିରରେ ଥିବା ଠାକୁରଙ୍କ ମୁହଁ ପୂର୍ବ ଦିଗକୁ ରହିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଘରେ ଥିବା ଠାକୁରଙ୍କ ମୁହଁ ପଶ୍ଚିମ ଦିଗକୁ ରହିବା ଦ୍ଵାରା ମଙ୍ଗଳ ହୋଇଥାଏ।ଧ୍ୟାନ ରଖିବେ କି ଖାଇବା ସମୟରେ କେବେବି ଟୋପି କିମ୍ବା ଗାମୁଛା ମୁଣ୍ଡରେ ପକାଇ ଖାଇବା ଅନୁଚିତ୍।ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ।

ଯଦି ଆପଣଙ୍କ ଚର୍ମ ରୋଗ ଭଲ ହେଉ ନଥାଏ ତାହାଲେ ମଙ୍ଗଳବାର ଦିନ ଭୂମିରେ ମୁଣ୍ଡ ଲଗାଇ ଭଗବାନଙ୍କ ନାମ ନେଇ ପ୍ରଣାମ କରି ଦିଅନ୍ତୁ ଆପଣଙ୍କ ଚର୍ମ ରୋଗ ଭଲ ହୋଇଯିବ।ବାସନ ମାଜିବା ସମୟରେ ଧ୍ୟାନ ରଖିବେ କି ବାସନରୁ ଅଧିକ ଶବ୍ଦ ବାହାର କରିବେନି ଏହା ଶୁଭ ହୋଇ ନଥାଏ।

ମନ୍ଦିରକୁ ଗଲେ ପ୍ରଥମେ ମନ୍ଦିର ବାହାରେ ଥିବା ବାହାନକୁ ପ୍ରଣାମ କରିବେ ପରେ ଇଶ୍ଵରଙ୍କୁ ପ୍ରଣାମ କରିବେ।ପ୍ରତ୍ୟେକ ଦିନ ଆଠ ଗ୍ଲାସ୍ ପାଣି ପିଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ।ଗାଧୋଇ ସାରିବା ପରେ କେବେବି ତେଲ କିମ୍ବା ମୁଢ଼ିକୁ ସ୍ପର୍ଶ କରିବା ଉଚିତ୍ ନୁହେଁ।ରାତିରେ ଶୋଇବା ବେଳେ କେବେବି ଆଇନକୁ ଖୋଲା ରଖି ଶୁଅନ୍ତୁ ନାହିଁ କଳା କପଡାରେ ଢାଙ୍କି କରି ସୁଅନ୍ତୁ।

କଥା କହିବା ବେଳେ ସବୁବେଳେ ଭାବି ଚିନ୍ତି କଥା କହିବା ଦରକାର କାରଣ ଏହା ଦ୍ଵାରା ସମସ୍ତଙ୍କ ମଙ୍ଗଳ ହୋଇଥାଏ।ସବୁବେଳେ ନାରୀ,ନିଆଁ,ନାଗ,ନଦୀ ଏବଂ ନରେଶ ଙ୍କୁ ସତର୍କ ରହିବା ଆବଶ୍ୟକ ହୋଇଥାଏ।ଟଙ୍କା ଗଣିଲା ସମୟରେ ସବୁବେଳେ ଭିତର ପଟକୁ ଗଣିବା ଆବଶ୍ୟକ କାରଣ ଏହା ଦ୍ଵାରା ମଙ୍ଗଳ ହୋଇଥାଏ।

ଯଦି ସୋମବାର,ବୁଧବାର ଏବଂ ଶୁକ୍ରବାର ଦିନ କୌଣସି ଶୁଭ କାର୍ଯ୍ୟରେ ବାହାରକୁ ବାହାରୁଛନ୍ତି ତାହାଲେ ବହୁତ ଶୁଭ ହୋଇଥାଏ।ଘରେ ଯଦି ଆପଣ ଚୁଚୁନ୍ଦ୍ରା ଦେଖନ୍ତି ତାହାଲେ ବହୁତ ଶୁଭ ହୋଇଥାଏ,ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ।ଆପଣ ଘରେ କେବେବି ବୁଢିଆଣୀ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ।

ପ୍ରଜାପତି ଯଦି ଆପଣଙ୍କ ମୁଣ୍ଡରେ ବସିଥାଏ ତାହାଲେ ଆପଣଙ୍କୁ ସୁଖ ଲାଭ ହୋଇଥାଏ ଓ ବୁଢିଆଣୀ ଯଦି ଆପଣଙ୍କ ମୁଣ୍ଡରେ ବସିଥାଏ ତାହାଲେ ଆପଣଙ୍କୁ ନୂତନ ବସ୍ତ୍ର ପ୍ରାପ୍ତ ହୋଇଥାଏ।ଅମାବାସ୍ୟା ଦିନ ଘରର ଅଦରକାରୀ ଜିନିଷ ବାହାରେ ଫୋପାଡି ଦେବା ଉଚିତ୍ ଏବଂ ଏହି ଦିନ ଘର ସଫା କରିବା ମଧ୍ୟ ଶୁଭ ହୋଇଥାଏ।

ରାତିରେ ଯଦି କୁକୁର କାନ୍ଦିବାର ସ୍ୱର ଶୁଭେ ଏହା ବହୁତ ଅଶୁଭ ହୋଇଥାଏ।ଆପଣ ସଙ୍ଗେ ସଙ୍ଗେ ପରିଷ୍କାର ହୋଇ ଧୁଆ ବସ୍ତ୍ର ପିନ୍ଧି ମହା ମୃତୁଞ୍ଜୟ ମନ୍ତ୍ର ଜପ କରନ୍ତୁ।ଭଗବାନଙ୍କ ନାମ ଜପ କରନ୍ତୁ, ପ୍ରଭୁଙ୍କ ପୂଜା ଅର୍ଚ୍ଚନା କରନ୍ତୁ ସବୁ ଦୁଃଖ ହେବ ଦୂର।

Leave a Reply

Your email address will not be published. Required fields are marked *