ଯଦି ଆପଣଙ୍କୁ ଥଣ୍ଡା,କାଶ,ଜ୍ଵର ଲାଗି ରହୁଛି ତେବେ ଏହି ଘରୋଇ ଉପଚାର ବ୍ୟବହାର କରନ୍ତୁ ଥଣ୍ଡା କାଶ ଏକାବେଳେ ଭଲ ହେଇଯିବ

Spread the love

ଥଣ୍ଡା ଓ କାଶ ଆଜି କାଲି ଲୋକଙ୍କର ଗୋଟିଏ ସାଧାରଣ ସମସ୍ୟା।ଏହା ମଧ୍ୟରୁ ସବୁଠାରୁ ଅଧିକ କଷ୍ଟ ଦାୟକ ହେଉଛି କାଶ।କାଶ ହେବା ଫଳରେ ଲୋକମାନେ ଶୋଇପାରନ୍ତି ନାହିଁ କି ବସି ପାରନ୍ତି ନାହିଁ।କାଶ ସମସ୍ୟା ସାଧାରଣତଃ ରାତ୍ରି ହେବା ମାତ୍ରେ ଅଧିକ ଆରମ୍ଭ ହୋଇଥାଏ।ଫଳରେ ଲୋକମାନେ ଏହାର ଯନ୍ତ୍ରଣା ଫଳରେ ରାତିରେ ସୋଇ ପାରନ୍ତି ନାହିଁ।ଏହି ସମସ୍ୟାର ସମାଧାନ ଆମେ ଘରୋଇ ଉପଚାର ମାଧ୍ୟମରେ କରିପାରିବା।କିନ୍ତୁ ଲୋକମାନେ ଘରୋଇ ଉପଚାର ଅପେକ୍ଷା ବଟିକା ଖାଇ ଏହାକୁ ଭଲ କରିବାକୁ ଚାହୁଁଛନ୍ତି ଫଳରେ ସେମାନଙ୍କୁ ଏହାର ପାର୍ଶ୍ଵ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡୁଛି।

ଏହି ଘରୋଇ ଉପଚାରକୁ ଦିନକୁ ଥରେ ବ୍ୟବହାର କରିବା ଦ୍ଵାରା କାଶରୁ ତୁରନ୍ତ ମୁକ୍ତି ମିଳିବ।ପ୍ରଥମେ ଗୋଟିଏ ପାତ୍ରରେ କିଛି ପାଣି ନେଇ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଗରମ କରିବା।ସେହି ଗରମ ପାଣିରେ କିଛି ତୁଳସୀ ପତ୍ର ପକାଇଦେବା।ଏହା ପରେ ସେହି ପାଣିରେ କିଛି ଜିରା ପାକାଇ ଦେବା।ଜିରା ପକାଇବା ଦ୍ଵାରା ଆମର ଛିଙ୍କ ହୋଇଥାଏ।ଛିଙ୍କ ହେବା ଫଳରେ ଆମ ଛାତିରେ ଜମି ରହିଥିବା କଫ ଆମ ମୁହଁ ବାଟେ ବାହାରି ଆସିଥାଏ।ଫଳରେ ଆମ କାଶ ଧୀରେ ଧୀରେ କମିବାକୁ ଲାଗିଥାଏ।

ଏହାପରେ ଆମେ ସେହି ପାଣିରେ ଗୋଟିଏ ଅଦା ଖଣ୍ଡକୁ ଭଲଭାବେ ଛେଚି ସେହି ପାଣିରେ ପକାଇ ଦେବା।ଏହାପରେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଗରମ ହେବା ପାଇଁ ଛାଡ଼ିଦେବା।ଯେତେବେଳେ କାଢା ଟି ଧୀରେ ଧୀରେ ଫୁଟିବାକୁ ଲାଗିବ ସେତେବେଳେ ଟିକେ କମ ଆଞ୍ଚରେ ସେହି କାଢାକୁ ଆଉ କିଛି ସମୟ ପର୍ଯ୍ୟନ୍ତ ଗରମ ହେବାକୁ ଛାଡ଼ିଦେବା। ଅଦା ଆମ କାଶ ସମସ୍ୟାରୁ ଆମକୁ ମୁକ୍ତ କରିବ ଏହା ସହିତ ଆମର କଫ ସମସ୍ୟା ରହିବ ନାହିଁ ଓ ଆମ ତଣ୍ଟି ଦରଜ ମଧ୍ୟ ଅଦାର ବ୍ୟବହାର ଫଳରେ ଶେଷ ହୋଇଯିବ।

ତୁଳସୀ ଏପରି ଏକ ପତ୍ର ଯାହା ଆମ ଶରୀରର ଅନେକ ରୋଗ ଶେଷ କରିବାରେ ସହାୟକ ହୋଇଥାଏ।ବର୍ତ୍ତମାନ ଏହି କାଢାକୁ ଗୋଟେ କପଡା ବା ଛଣା ସାହାଯ୍ୟରେ ଛାଣି ଦେବା।ବର୍ତ୍ତମାନ ଆମେ ଏହି କାଢାରେ ଅଳ୍ପ ମହୁ ମିଶାଇ ଭଲ ଭାବେ ଗୋଳାଇ ଦେବା।ଏହାପରେ ଏହାକୁ ଭଲ ଭାବେ ମିଶିବା ପାଇଁ କିଛି ସମୟ ଛାଡ଼ିଦେବା।ଏହି କାଢାକୁ ଦିନରେ ଆମେ ଚାହିଁଲେ ୨ ଥର ପ୍ରସ୍ତୁତ କରି ସେବନ କରି ପାରିବା।ଏହି କାଢାର ଅନେକ ଉପକାରିତା ରହିଛି ଯାହା ଆମ ଶରୀରର ଅନେକ ବେମାରୀକୁ ଠିକ କରିପାରିବ।

ଯେପରିକି ଏହି କାଢାରେ ବ୍ୟବହାର କରାଯାଇଥିବା ମହୁ ଓ ତୁଳସୀ ଆମ କାଶ ସମସ୍ୟା ଦୂର କରିବା ସହିତ ଆମ ବନ୍ଦ ନାକର ସମସ୍ୟା ମଧ୍ୟ ଦୂର କରିଥାଏ।ଏଥିରେ ବ୍ୟବହାର କରାଯାଇଥିବା ଅଦା ଆମ ଛାତିରେ ଜମି ରହିଥିବା କଫ ସବୁକୁ ସହଜରେ ବାହାର କରିଦେଇଥାଏ।ଏହିପରି ଭାବରେ ଏହି କାଢା ଆମ ଶରୀରର ପ୍ରାୟତଃ ସମସ୍ତ ରୋଗ ସମାପ୍ତ କରିଥାଏ।ତେଣୁ ଏହି କାଢାକୁ ପ୍ରତିଦିନ ବ୍ୟବହାର କରିବା ଆବଶ୍ୟକ।ଯଦି ଆପଣଙ୍କ ଥଣ୍ଡା,କାଶ ବହୁତ ଦିନରୁ ଭଲ ହେଉନାହିଁ ତେବେ ଏହି କାଢାକୁ ୩-୪ ଦିନ ବ୍ୟବହାର କରିବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ।

Leave a Reply

Your email address will not be published. Required fields are marked *