ମାଳିକାର ବିଶେଷତ୍ଵ ସମସ୍ତଙ୍କୁ ଜଣା। ଏହାର ସତ୍ୟା ସତ୍ୟ ମଧ୍ୟ ଧୀରେ ଧୀରେ ପ୍ରମାଣିତ ହେବାରେ ଲାଗିଛି। ଏହାକୁ ଅତୀତରେ କିଛି ମହାପୁରୁଷମାନେ ଲେଖିଥିଲେ। ତେବେ ଏଥିମଧ୍ୟରେ ଏହି ମାଳିକାର କିଛି ତଥ୍ୟ ପ୍ରଦାନ କରୁଥିବା ସ୍ଥାନ ମଧ୍ୟରୁ ଏକ ସ୍ଥାନ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁହାଳିପୁର ଗ୍ରାମରେ ଥିବା ବନବିହାରୀ ପୀଠ। ଏହି ପୀଠ ମାଳିକା ଲେଖିଥିବା ପାଞ୍ଚ ସଖାଙ୍କ ମଧ୍ୟରୁ ବଡ଼ ସଖାଙ୍କ ପୀଠ।
ମାଳିକା ଲେଖିଥିବା ପଞ୍ଚ ସଖାଙ୍କ ମଧ୍ୟରୁ ଆଗତ ଭବିଷ୍ୟତ କଥା ଜାଣି ପାରନ୍ତି କବି ଯଶୋବନ୍ତ ଦାସ, ଭୂମି ଏବଂ ବସ୍ତୁ ଶାସ୍ତ୍ର ସମ୍ପର୍କରେ ଜାଣନ୍ତି କବି ଅନନ୍ତ ଦାସ , ଭବିଷ୍ୟତରେ କଣ ହେବାକୁ ଯାଉଛି ଏବଂ ବିଗତ କଣ ଘଟି ସାରିଛି , ବର୍ତ୍ତମାନ କଣ ଘଟିବ ସେ ସମ୍ପର୍କରେ ଜାଣନ୍ତି କବି ଅଚ୍ୟୁତାନନ୍ଦ ଦାସ ଏବଂ ଶ୍ରଦ୍ଧା ଏବଂ ଭକ୍ତି ସମ୍ପର୍କରେ ଜାଣନ୍ତି କବି ବଳରାମ ଦାସ।
ପୁରାଣ ସମୟରେ କଥା ଅଛି ଯେ, ପଞ୍ଚ ସଖା ଏହି ବନବିହାରୀ ପୀଠରେ ଏକାଠି ହୁଅନ୍ତି ଏବଂ ବିଭିନ୍ନ ତଥ୍ୟ ଉପରେ ବିଚାର ଆଲୋଚନା କରିଥାନ୍ତି।ମହାପୁରୁଷ ଅରକ୍ଷିତ ଦାସଙ୍କ ପୀଠ ଓଳାଶୁଣୀ, କବି ହାଡ଼ି ଦାସଙ୍କ ପୀଠ ଛତିଆବଟ ପୂର୍ବରୁ ପଞ୍ଚ ସଖାଙ୍କ ପୀଠ ରହିଛି। ଏହି ବନବିହାରୀଙ୍କ ନାମରେ ଷ୍ଟେସନ ମଧ୍ୟ ରହିଛି।
ଏହି ପୀଠରେ ପୂଜା ପାଉଛି ପାଞ୍ଚ ସଖାଙ୍କ ପ୍ରତି ଛବି। ଏଠାରେ ବଜ୍ରକାପ୍ତାଙ୍କୁ ଏବଂ ଶ୍ୱେତ ପେଚା ଦେଖିବାକୁ ମିଳନ୍ତି। ଏଠାରେ ପ୍ରତିଦିନ ଭୋଗ କରାଯାଇଥାଏ ଏବଂ ଭାଗବତ ପଢା ଯାଇଥାଏ। ଲୋକମାନଙ୍କ ବିଶ୍ୱାସ ରହିଛି ଯେ ପ୍ରତି ପର୍ବରେ ଏକ ଉଜ୍ଜ୍ବଳ ଆଲୋକ ପଞ୍ଚ ସଖାଙ୍କ ପୀଠ ପାଖରୁ ବାହାରି ଗ୍ରାମ ଦେବତୀ ବିଲ୍ଵରାଣୀଙ୍କ ପାଖକୁ ଯାଇଥାଏ।
ଏହି ସ୍ଥାନରେ ରହିଛି ଅନେକ ଗୂଢ ରହସ୍ୟ। ଏହି ରହସ୍ୟମୟ ପଞ୍ଚ ସଖାଙ୍କ ବସତି ସ୍ଥଳ ସର ଓଡିଶାବାସୀଙ୍କ ପାଇଁ ଲୁଚି ରହିଥିଲେ ମଧ୍ୟ ଏହା ଥିଲା ପଞ୍ଚ ସଖାଙ୍କ ପ୍ରମୁଖ ପୀଠସ୍ଥଳୀ। ଆଜି ପର୍ଯ୍ୟନ୍ତ ଏହା ସେଠାକାର ଲୋକମାନଙ୍କ ଦ୍ବାରା ପୂଜା ପାଇ ଆସୁଛି। ପାଞ୍ଚ ସଖାଙ୍କ ଏହି ପୀଠସ୍ଥଳ ପାଇଁ ଜଗତସିଂହପୁର ଆଜି ବିଶ୍ୱ ଦରବାରରେ ନିଜ ପରିଚୟ ଲାଭ କରି ପାରିଛି।