ଜୀବନ ସାଥି ସିରିଏଲର ତାରକାଙ୍କର ଅସଲି ଜୀବନଶୈଳୀ – ଆସଲ ଜୀବନରେ କିଛି ଏପାରିଥାନ୍ତି ଏମାନେ – ଟିଭି ପରଦାରୁ ସମ୍ପୂର୍ଣ ଭିର୍ଣ୍ଣ..

Spread the love

ତେବେ ବନ୍ଧୁମାନେ ଆପଣ ସାର୍ଥକ ଚ୍ୟାନେଲରେ ଦେଉଥିବା ସିରିଏଲ ଜୀବନ ସାଥିକୁ ତ ଯେମିତି ହେଲେ ଦେଖି ଥିବେ।ତେବେ ଆପଣ କେବେ ଜାଣିବାକୁ ଚାହିଁଛନ୍ତିକି ସେ ସିରିଏଲର କଳାକାର ମାନେ ଅସଲ ଜୀବନରେ କଣ କଣ କରୁଛନ୍ତି।ତେବେ ଆସନ୍ତୁ ଆଜିର ଏହି ଆର୍ଟିକଲ ରେ ଜାଣିବାକି ଜୀବନ ସାଥି ସିରିଏଲର କଳାକାର ମାନେ ଅସଲ ଜୀବନରେ କେମିତି କଣ କରିଥାନ୍ତି।

୧)ଆଦି- ଏହି ସିରିଏଲରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନାୟକ ଆଦିଙ୍କ ଅସଲି ନାମ ହେଉଛି ଅମର।ଅମର ନିଜ ଅସଲ ଜୀବନରେ ବହୁତ ଷ୍ଟାଇଲିଶ ଅଟନ୍ତି।ସେ ସବୁବେଳେ ଭିନ୍ନ ଭିନ୍ନ ଚୁଟି ଷ୍ଟାଇଲ କରିଥାନ୍ତି।ଏହା ସହ ସେ ନିଜ ସାଙ୍ଗ ମାନଙ୍କ ସହ ବୁଲାବୁଲି କରିବାକୁ ବହୁତ ପସନ୍ଦ କରିଥାନ୍ତି।ଏହାସହ ସେ ନିଜ ଦେହକୁ ମଧ୍ୟ ସଠିକ ଭାବରେ ହୁଷ୍ଟପୃଷ୍ଟ କରି ରଖିଛନ୍ତି।

୨) ଭକ୍ତି- ସିରିଏଲରେ ନାୟିକାଙ୍କ ଲିଡରେ ଅଛନ୍ତି ଭକ୍ତି ଯାହାଙ୍କ ଅସଲି ନାମ ହେଉଛି ଜେସିକା ସାମଲ।ତେବେ ଜେସିକା ଜଣେ ବହୁତ ବଡ଼ ସିରିଏଲ ନାୟିକା।ତେବେ ଜେସିକା ନିଜ ଅସଲ ଜୀବନରେ ଭିନ୍ନ ଭିନ୍ନ ଖାଇବା ବାନାଇବା, ଇନ୍ଷ୍ଟାଗ୍ରମରେ ରିଲ୍ସ ବନାଇଥାଆନ୍ତି।ଏହା ସହ ଜେସିକା ମଧ୍ୟ ନିଜ ସାଙ୍ଗମାନଙ୍କ ସହ ସମୟ ବିତାଇଥାଆନ୍ତି।

୩)ରାଜୁ- ଜୀବନ ସାଥି ସିରିଏଲରେ ଦ୍ଵିତୀୟ ଲିଡରେ ଅଛନ୍ତି ରାଜୁ ଓ ଏହାଙ୍କ ଅସଲି ନାମ ହେଉଛି ବିପ୍ଳବ କେଶରୀ।ତେବେ ବିପ୍ଳବ ନିଜ ଅସଲ ଜୀବନରେ ଏତେ କାହା ସହ ମିଶାମିଶି କରିନଥାନ୍ତି।ସେ ସାଧାରଣତଃ ଖାଲି ସମୟରେ କିଛି ବହି ପଢ଼ିଥାନ୍ତି।ନହେଲେ ସେ ସବୁବେଳେ ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ହେଇରହିଥାନ୍ତି।

୪)ଛାୟା – ଦ୍ଵିତୀୟ ମୁଖ୍ୟ ନାୟିକା ବା ଛାୟା ରୋଲରେ ଅଭିନୟ କରୁଛନ୍ତି ତାଙ୍କର ଅସଲି ନାମ ତ୍ରିସନାମୟୀ ଜେନା ।ତେବେ ସେ ଅସଲି ଜୀବନରେ ବହୁତ ଷ୍ଟାଇଲିସ ଅଟନ୍ତି।ସବୁବେଳେ ସେ ନିଜକୁ ବହୁତ ସୁନ୍ଦର ସୁନ୍ଦର ଶାଢ଼ୀରେ ସଜାଇ ରଖିଥାନ୍ତି।ସେ ନିଜ ମେକଅପର ମଧ୍ୟ ବହୁତ ଖୟାଲ ରଖିଥାନ୍ତି।

୫)ବିକ୍ରମ ସିଂହଦେଓ- ସିରିଏଲରେ ଆଦିଙ୍କ ବାପା ତଥା ବିକ୍ରମ ସିଂହଦେଓଙ୍କ ରୋଲ କରୁଛନ୍ତି ସତ୍ୟାକି ମିଶ୍ର।ତେବେ ସତ୍ୟାକି ଅସଲ ଜୀବନରେ ଏକ ବହୁତ ବଡ଼ କଳାକାର।ସେ ଅନେକ ଓଲିଉଡ ଚଳଚ୍ଚିତ୍ରରେ ଖଳନାୟକର ଭୂମିକା ତୁଲେଇଛନ୍ତି।ତେବେ ସେ ଖାଲି ସମୟରେ ନିଜର ଧର୍ମପତ୍ନୀ ଓ ନିଜ ପୁଅ ସହ ସମୟ ବିତାଇଥାଆନ୍ତି।

Leave a Reply

Your email address will not be published. Required fields are marked *