କୋଭିଡ୍ ଟିକା ନେବାର କେତେ ଦିନ ଯାଏଁ ଶରୀରରେ କୋଭିଡ୍ ଭୁତାଣୁ ବିପକ୍ଷ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ରହିବ? ଟିକା ନେବା ପରେ ମଧ୍ୟ ଏହି ସତର୍କ ରହନ୍ତୁ – ମହାମାରୀ ସରିବ କେବେ..

Spread the love

ଗୋଟେ ଗୋଟେ ଟିକା ଅଛି ଆମକୁ ଜୀବନରେ ଥରେ ନେବାକୁ ପଡୁଛି।ଯାହା ଆମକୁ ଜୀବନ ସାରା ସୁରକ୍ଷା ଦେଇଥାଏ।କିନ୍ତୁ ଦେଖାଯାଇଛି ଗୋଟେ ଟିକା ନେଲେ ଆମକୁ ୫-୧୦ ମାସ ପର୍ଯ୍ୟନ୍ତ ସୁରକ୍ଷା ମିଳିଥାଏ।ଗୋଟେ ଗୋଟେ ଭାଇରସ ପ୍ରତ୍ୟେକ ବର୍ଷ ନିଜ ନିଜର ଆକୃତି ପରିବର୍ତ୍ତନ କରିଥାନ୍ତି ଫଳରେ ସେମାନଙ୍କ ପ୍ରତିକାର ପାଇଁ ପ୍ରତି ବର୍ଷ ଟିକା ନେବାକୁ ପଡିଥାଏ।ଯେହେତୁ ଏହି କୋଭିଡ ଭାଇରସ ପ୍ରତ୍ୟେକ ବର୍ଷ ନିଜର ଆକୃତି ପରିବର୍ତ୍ତନ କରୁଛି ହୁଏତ ଏହା ପାଇଁ ମଧ୍ୟ ପ୍ରତିବର୍ଷ ଟିକା ନେବାକୁ ପଡିପାରେ।

ଯାହା ଜଣା ପଡ଼ୁଛି ଏହି କୋଭିଡ ନିଜର ଆକୃତି ପରିବର୍ତ୍ତନ କରିବା ଫଳରେ ଏହାର ପ୍ରତିକାର ପାଇଁ ହୁଏତ ଆଗକୁ ପୁଣିଥରେ ଟିକା ନେବାକୁ ପଡିପାରେ।ତେଣୁ ଆଗତ ଭବିଷ୍ୟତରେ ଜଣା ପଡ଼ିବ ଏହା ଆମ ଶରୀରକୁ କେତେ ଦିନ ପର୍ଯ୍ୟନ୍ତ ସୁରକ୍ଷା ଦେଉଛି।ଏହା ହୁଏତ ଆମ ଶରୀରକୁ ୧୦ ମାସ ପର୍ଯ୍ୟନ୍ତ ସୁରକ୍ଷା ଦେଇପାରେ।କିନ୍ତୁ ଏହାର ପ୍ରତିରକ୍ଷା କୋଷ ଗୁଡ଼ିକ ଆମକୁ ୧୫-୨୦ ବର୍ଷ ପର୍ଯ୍ୟନ୍ତ ଏହି ରୋଗ ଠାରୁ ସାମାନ୍ୟତମ ସୁରକ୍ଷା ଦେଇପାରେ।ଆଗତ ଦିନରେ ଏହା ବିଷୟରେ ସମ୍ପୂର୍ଣ୍ଣ ରୂପେ ଜଣା ପଡ଼ିବ।

କିଛି ଦେଶ କହୁଛନ୍ତି ଆମେ କୋଭିଡ ମୁକ୍ତ ହୋଇ ଯାଇଛୁ।କିନ୍ତୁ ଏହା ସତ୍ୟ ନୁହେଁ।କୌଣସି ବି ମହାମାରୀ ୩-୪ ଟି ଲହରୀରେ ଆସିଥାଏ।ତେଣୁ ଏବେଠାରୁ ଏହା କହିଦେବା କି ଆମେ କୋଭିଡ ମୁକ୍ତ ତାହା ସଂପୂର୍ଣ୍ଣ ଭୁଲ।ଏହା ସହିତ ନିଜ ନିଜର ମଧ୍ୟରେ ଦୂରତା ରକ୍ଷା କରିବା ମାସ୍କର ଉପଯୁକ୍ତ ବ୍ୟବହାର କରିବା ଫଳରେ ଆମେ ଏହି ରୋଗରୁ ମୁକ୍ତ ହୋଇପାରିବା।ଏହା ନିଜର ପ୍ରଭାବ କମାଇ ଦେଇପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଶେଷ ହେବା ନାହିଁ।ତେଣୁ ଆମକୁ କୋଭିଡ ସହିତ ବଞ୍ଚିବାକୁ ପଡ଼ିବ।ଏଥିପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।

କୋଭିଡ ଟିକା ଆମ ପାଇଁ ସମ୍ପୂର୍ଣ୍ଣ ଉପଚାର ନୁହେଁ।ଏହା ଆମକୁ ସମ୍ପୂର୍ଣ୍ଣ ରୂପେ ଏହି ରୋଗ ଠାରୁ ମୁକ୍ତି ଦେଇପାରିବ ନାହିଁ।ଏହା ଆମ ଶରୀରକୁ ଏହି ରୋଗ ଠାରୁ କିଛି ମାତ୍ରାରେ ସୁରକ୍ଷା ପ୍ରଦାନ କରିବା ଏହି ରୋଗ ସହ ଲଢ଼ିବା ପାଇଁ ଆମକୁ ଶକ୍ତି ପ୍ରଦାନ କରିବ।କିନ୍ତୁ ଆମେ ନିଜର ସୁରକ୍ଷା ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କର ଉପଯୁକ୍ତ ବ୍ୟବହାର ଫଳରେ କରିପାରିବା।ତେଣୁ ଆମକୁ ମାସ୍କକୁ ନିଜ ଶରୀରର ଏକ ଅଙ୍ଗ ଭଳି ବ୍ୟବହାର କରିବାକୁ ହେବ ଯାହା ଫଳରେ ଆମେ ଏହି ରୋଗ ସହ ଲଢି ପାରିବା।

ଟୀକା ନେବା ପରେ ମଧ୍ୟ ଆପଣ ୧୦୦ ପ୍ରତିଶତ ସୁରକ୍ଷିତ ନୁହନ୍ତି।ତେଣୁ ଆପଣ ନିଜର ଯତ୍ନ ନେବା ଆବଶ୍ୟକ।ଜନଗହଳି ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ।ଯଦି ଆପଣ ସଂକ୍ରମିତ ହୁଅନ୍ତି ତେବେ ଆପଣଙ୍କ ଦ୍ଵାରା ଅନେକ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି ତେଣୁ ଆପଣ ସତର୍କ ରୁହନ୍ତୁ।ଅଯଥା ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ।ପ୍ରତ୍ୟେକ ସମୟରେ ମାସ୍କର ବ୍ୟବହାର କରନ୍ତୁ।ଯାହା ଫଳରେ ଆମେ ଏହି ଯୁଦ୍ଧରେ ବିଜୟୀ ହୋଇପାରିବା।

Leave a Reply

Your email address will not be published. Required fields are marked *