କଟକରେ ଚର୍ଚ୍ଚା ସାଉଣ୍ଟିଛି ଅନନ୍ୟ ବିବାହ – ୧୨ ବର୍ଷ ତଳେ ଅନାଥ ଅନିତା କୁ ନିଜ ଝିଅ ଭାବେ ପାଳିଥିଲେ – ଆଜି ସେହି ଅନୀତାଙ୍କ ବିବାହରେ କନ୍ୟାଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବିଭୂତି ରା…

Spread the love

ତେବେ ଏହି ଦୁନିଆରେ ଅନେକ ଲୋକ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ଏହା ସହିତ ଅନେକ ଲୋକ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ।ତେବେ ଜଣେ ଯୁବତୀ ଅଛନ୍ତି ଯିଏକି ନିଜର ବିବାହ ଦିନ ନିଜର ପିତା ମାତାଙ୍କ ଉଦ୍ଦେଶ୍ୟରେ କିଛି ବହୁତ ସୁନ୍ଦର କଥା କହିଥିଲେ।ସେହି ଯୁବତୀ ଜଣଙ୍କ କହିଥିଲେ କି ସେ ମୋ ବାପା ନୁହନ୍ତି ସେ ମୋ ଭଗବାନ ତେବେ ସେ ଏପରି କାହିଁକି କହିଥିଲେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।

ତେବେ ଏହି ଘଟଣାଟି ହେଉଛି ପ୍ରାୟ ୧୨ ବର୍ଷ ତଳର।ଆଜକୁ ପ୍ରାୟ ୧୨ ବର୍ଷ ତଳେ ଏକ ରେଳଗାଡ଼ିର ଦୁର୍ଘଟଣା ହୋଇଥିଲା ଫଳରେ ଅନେକ ଲୋକ ମୃତ ଓ ଆହତ ହୋଇଥିଲେ।ଏହି ସମୟରେ ଅନେକ ଲୋକ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେବା ପାଇଁ ମଧ୍ୟ ଆସିଥାନ୍ତି।ଏହା ସହିତ ଅନେକ ସ୍ବେଛାସେବୀ ନିଜର ଇଚ୍ଛାରେ ସେହି ଆଘାତ ପାଇଥିବା ଲୋକଙ୍କର ସେବା କରୁଥିଲେ।

ସେମାନଙ୍କ ମଧ୍ୟରେ ଥିଲେ ବିଭୂତି ନାମକ ଜଣେ ବ୍ୟକ୍ତି।ସେ ସେଠାରେ ଦେଖିବାକୁ ପାଇଲେ ଜଣେ ଅଜଣା ଝିଅକୁ।ଏହାପରେ ସେ ସେହି ଝିଅର ସେବା ଯତ୍ନ କରି ତାକୁ ସୁସ୍ଥ କରାଇଲେ।ଏହାପରେ ସେହି ଝିଅର କୌଣସି ପରିବାର ଲୋକ ନ ଆସିବାରୁ ସେ ସେହି ଝିଅକୁ ନିଜର ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଥିଲେ ଓ ସେହି ଝିଅର ନାମ ଦେଇଥିଲେ ଅନିତା।ଏହାପରେ ସେ ସେହି ଝିଅର ଉପଯୁକ୍ତ ଲାଳନ ପାଳନ କରିଥିଲେ।

ସେହି ଝିଅର ମାନସିକ ଶକ୍ତି କିଛିଟା ଖରାପ ଥିଲା ଫଳରେ ସେହି ଝିଅର ପ୍ରକୃତ ପରିବାର ସେହି ଝିଅକୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ।ଫଳରେ ବିଭୂତି ସେହି ଝିଅକୁ ନିଜର ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ ଓ ଏହି ଝିଅକୁ ପାଳି ଥିଲେ।ଏହାପରେ ସେ ବର୍ତ୍ତମାନ ସେହି ଝିଅ ପାଇଁ ଏକ ଉପଯୁକ୍ତ ବର ଖୋଜି ଆଜି ତାଙ୍କର ବିବାହ କରିଥିଲେ।

ତେବେ ବିଭୂତିଙ୍କର ଆଗରୁ ଦୁଇଟି ଝିଅ ଥିଲେ ମଧ୍ୟ ସେ ଅନିତାଙ୍କର ଉପଯୁକ୍ତ ଲାଳନ ପାଳନ କରିଥିଲେ ଓ ତାଙ୍କର ସମସ୍ତ ଇଚ୍ଛାକୁ ପୁରଣ କରିବା ପାଇଁ ନିଜର ସମସ୍ତ ଚେଷ୍ଟା କରିଥିଲେ।ତେବେ ବିଭୂତି ସେହି ଝିଅଙ୍କୁ ୧୬ ବର୍ଷ ବୟସରେ ନିଜ ଘରକୁ ଆଣିଥିଲେ ଓ ବର୍ତ୍ତମାନ ତାଙ୍କୁ ୨୭ ବର୍ଷ ବୟସ ଅଟେ ଓ ବିଭୂତି ଦୀର୍ଘ ୧୨ ବର୍ଷ ହେଲା ତାଙ୍କୁ ନିଜ ଝିଅ ଭଳି ପାଳି ଆସୁଛନ୍ତି।ତେବେ ବିଭୂତି ନିଜର ସମ୍ପୂର୍ଣ୍ଣ ଜୀବନ ସମାଜ ସେବାରେ ବିନିଯୋଗ କରିଛନ୍ତି।

ତେବେ ଗୋଟିଏ ଅନାଥ ଝିଅକୁ ଏପରି ଭାବରେ ଭଲ ଭାବରେ ପାଳି ମଣିଷ କରିବା ଆଜିକାଲି ପ୍ରାୟ ଅସମ୍ଭବ।କାରଣ ଆଜିକାଲି ନିଜଲୋକ ମଧ୍ୟ ଧୋକା ଦେଉଛନ୍ତି।କିନ୍ତୁ ବିଭୂତି ଓ ତାଙ୍କ ପତ୍ନୀ ଏହିଭଳି ଏକ ଅନାଥ ଝିଅକୁ ମଣିଷ କରିଛନ୍ତି ଯାହା ପ୍ରଶଂସନୀୟ।ତେବେ ସେହି ଝିଅ ମଧ୍ୟ ସେମାନଙ୍କ ନିକଟରେ ଅନେକ କୃତଜ୍ଞ ଥିବା କହିଛନ୍ତି।ଏହା ସହିତ ସେ କହିଛନ୍ତି ଏଭଳି ବାପା ଓ ମା ସମସ୍ତ ଅନାଥ ମାନଙ୍କୁ ମିଳୁ।ସେ କହିଛନ୍ତି ଏହିଭଳି ବାପା ଓ ମାଆ ସ୍ଵୟଂ ଭଗବାନଙ୍କ ସହିତ ସମାନ।

Leave a Reply

Your email address will not be published. Required fields are marked *