Vastu Sastra – ମୁଠାଏ ଚାଉଳ ଆପଣଙ୍କ ଘରକୁ ଆଣିବ ଟଙ୍କା, ଧନ ପ୍ରାପ୍ତିର ଏହି ଉପାୟ ଘରେ ଆଜି ହିଁ କରନ୍ତୁ…

Spread the love

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହୁଁଥାଏ କି ତା ଜୀବନରେ ବହୁତ ସାରା ଧନ ଆସୁ।ବହୁତ ଖୁସି ଆସୁ।କିନ୍ତୁ କେବେ କେବେ କଣ ହୋଇଥାଏ କି ଆପଣ ପଇସା ବହୁତ ସାରା କମେଇଲେ ମଧ୍ୟ ଧନ ଘରେ ରୁହେ ନାହିଁ।କେବେ କେବେ ଧନ ଘରକୁ ଆସେ ହିଁ ନାହିଁ।ସେଥିପାଇଁ ଆପଣ ବହୁତ ଚିନ୍ତିତ ଅଛନ୍ତି।ଆପଣ ବିଭିନ୍ନ ପ୍ରକାର ଉପାୟ ମଧ୍ୟ କରୁଛନ୍ତି।ବହୁତ ଜଲଦି ଆପଣଙ୍କ ଘରୁ ଆପଣ କମିଥିବା ଧନ ସରିଯାଉଛି।

ଆଜିଠୁ ଆପଣ କେମିତି ଆପଣଙ୍କ ଘର ଭଣ୍ଡାରକୁ ଭାରି ପାରିବେ ତାହା ପାଇଁ ଏକ ଛୋଟ ପ୍ରୟୋଗ ଆମେ ଜଣାଇବୁ।ବନ୍ଧୁଗଣ ଏହା ବହୁତ ସହଜ ଉପାୟ ଅଟେ।ଯାହା କରିବା ଦ୍ୱାରା ଆପଣଙ୍କ ଧନ ଭଣ୍ଡାର ଖାଲି ରହିବ ନାହିଁ। ବରଂ ଦିନକୁ ଦିନ ଆହୁରି ବୃଦ୍ଧି ପାଇବ।ଯେ କୌଣସି ବ୍ୟକ୍ତି ଏହାକୁ ତା ଘରେ ପ୍ରୟୋଗ କରିପାରିବ।

ଏବଂ ଏହି ପ୍ରୟୋଗ ଆପଣ କୌଣସି ଗୁରୁବାର କିମ୍ବା ଶୁକ୍ରବାର ଦିନ କରିବେ।ଏହି ୨ ଦିନରେ କରାଯାଇଥିବା ସବୁ କମ ଭଲ ଫଳ ହୋଇଥାଏ।ତେଣୁ ଆପଣ ଏହି ୨ ବାରରେ କରିବେ।ଅନ୍ୟ କୌଣସି ବାରରେ କରିବେ ନାହିଁ।ସବୁଠାରୁ ପ୍ରଥମ କଥା ଆପଣ ପ୍ରଥମେ ଗୋଟେ ଛୋଟ ମାଠିଆ ନେବେ।ଯଦି ଆପଣଙ୍କ ପାଖରେ

ମାଠିଆ ନଥିବ ତେବେ ଆପଣଙ୍କ ଘରେ ବ୍ୟବହାର ହେଉଥିବା ପୂଜା କଳସକୁ ନେଇପାରିବେ।ମାତ୍ରା ଯେଉଁ ମାଠିଆକୁ ଆପଣ ପାଣି କିମ୍ବା ଅନ୍ୟ କିଛି କାରଣ ପାଇଁ ବ୍ୟବହାର କରୁଥିବା କିମ୍ବା ବ୍ୟବହାର ମାଠିଆକୁ କେବେ ନେବେ ନାହିଁ।ଯଦି ଆପଣଙ୍କ ପାଖରେ ମାଠିଆ କିମ୍ବା କଳସ ନାହିଁ ତାହାଲେ ବଜାରରୁ କିଣି ନେବେ।

ଏବେ ଆପଣଙ୍କ ଏହି ମାଠିଆ କିମ୍ବା କଳସରେ ଚାଉଳ ରଖିବାର ଅଛି।ସେଥିରେ ଚାଉଳ ପୁରା ଭରି କରି ପଶାଇବେ ଏବଂ ୨ଟି ଦୁବଘାସ ନେବେ।ଏହାପରେ ଏଥିରେ ୧ ଟଙ୍କିଆ ମୁଦ୍ରା ରଖିବେ।ତାପରେ ଗୋଟେ ନାଲି କପଡ଼ାରେ ସେହି ମାଠିଆର ମୁହଁକୁ ବାନ୍ଧି ଦେବେ।ଏହି କଳସକୁ ଆପଣଙ୍କ ଘରର ଉତ୍ତର – ପଶ୍ଚିମ କୋଣରେ ରଖିବେ।

ଏବେ ଏହାକୁ ତଳେ ରଖିବେ।ପୁରା ବର୍ଷ ଏହାକୁ ରଖିବେ।ପାଖରେ ଥିବା ଯେ କୌଣସି ନଦୀରେ ଭସାଇଦେବା।ଯେଉଁ ମୁଦ୍ରା ଥିବା ତାକୁ ଦାନ କରିଦେବେ।କାରଣ ପଇସାକୁ କେଉଁଠି ଭସାଇ ଦିଅନ୍ତି ନାହିଁ।ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ଅସୀମ କୃପା ଆପଣଙ୍କ ଉପରେ ରହିବ।ତେବେ ମା ଲକ୍ଷ୍ମୀଙ୍କ ଆରଧନା କରନ୍ତୁ ସବୁବେଳେ ଖୁସିରେ ରହିବେ।

ସର୍ବଦା ଘରକୁ ସଫା ରଖନ୍ତୁ, ମା’ଙ୍କୁ ସ୍ୱଚ୍ଛ ମନରେ ପୂଜା କରନ୍ତୁ ଖୁସିରେ ରହିବେ।ତେବେ ସବୁବେଳେ ଭଗବାନଙ୍କ ପୂଜା ଅର୍ଚ୍ଚନା କରନ୍ତୁ ଖୁସିରେ ରହିବେ, ସବୁ କଷ୍ଟ ଦୁଃଖ ହେବ ଦୂର।ମହାପ୍ରଭୁ ଶ୍ରୀ ଜଗନ୍ନାଥ କି ଜୟ, ଜୟ ମା ସୁଭଦ୍ରା କି ଜୟ, ଜୟ ମହାପ୍ରଭୁ ବଳଭଦ୍ର କି ଜୟ, ଜୟ ପ୍ରଭୁ ସୁଦର୍ଶନ କି ଜୟ।

Leave a Reply

Your email address will not be published. Required fields are marked *