ଓଡ଼ିଆ କମେଡିଆନ ଅଭିନେତା ଦେବୁ ବ୍ରହ୍ମା ପରିବାର ଏବଂ ଜୀବନଶୈଳୀ..ଏବେ କିପରି ରହୁଛନ୍ତି ଜାଣିରଖନ୍ତୁ

Spread the love

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆର ବିଶିଷ୍ଟ କମେଡିଆନ ଦେବୁ ବ୍ରହ୍ମାଙ୍କ ବିଷୟରେ।ସେ ଓଡ଼ିଆ ସିନେମା ଜଗତର ଜଣେ ବିଶିଷ୍ଟ କମେଡିଆନ ଅଟନ୍ତି।ଏବଂ ତାଙ୍କର ଫ୍ୟାନ ବେଶ ମଧ୍ୟ ଅନେକ ରହିଅଛି।ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ସେହି ବିଶିଷ୍ଟ ଓଡ଼ିଆ କମେଡିଆନଙ୍କ ନାମ ହେଉଛି ଦେବୁ ବ୍ରହ୍ମା।ଏବଂ ତାଙ୍କର ଜନ୍ମ ହୋଇଥିଲା ୧୦ ଅକ୍ଟୋବର ୧୯୬୨ରେ।ତାଙ୍କର ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର, ଓଡ଼ିଶା ଏବଂ ସେହିଠାରେ ତାଙ୍କର ନିଜ ଘର।ଏବଂ ସେହି ସ୍ଥାନରେ ସେ ବଢ଼ିଛନ୍ତି।ଏବଂ ସେହିଠାରୁହିଁ ତାଙ୍କର ସିନେମା ଜଗତରେ କ୍ୟାରିଅର ଆରମ୍ଭ ହୋଇଥିଲା।ଏବେ ଆସନ୍ତୁ ଜାଣିବା ତାଙ୍କର ପରିବାର ବିବରଣୀ ବିଷୟରେ।

ତାଙ୍କର ପିତାଙ୍କ ନାମ ହେଉଛି ଗୌରୀ କୁମାର ବ୍ରହ୍ମା।ଏବଂ ତାଙ୍କର ତିରୋଧାନ ୨୦୧୧ ମସିହାରେ ହୋଇଥିଲା।ସେ ଓଡିଶାର ଜଣେ ପ୍ରତିଷ୍ଠିତ ଲେଖକ ଏବଂ ବାଗ୍ମୀ ଥିଲେ।ଏବଂ ଅନେକ ଲୋକପ୍ରିୟ ବ୍ୟକ୍ତି ମଧ୍ୟ ଥିଲେ।ଏବଂ ତାଙ୍କ ମାତାଙ୍କ ନାମ ହେଉଛି ସତ୍ୟଭାମା ବ୍ରହ୍ମା।ତାଙ୍କ ତିରୋଧାନ ୧୯୮୬ମସିହାରେ ହୋଇଥିଲା।ତାଙ୍କର ପତ୍ନୀଙ୍କ ନାମ ହେଉଛି ରତ୍ନପ୍ରଭା ବ୍ରହ୍ମା।ଏବେ ଆସନ୍ତୁ ଜାଣିବା ତାଙ୍କର ଅଭିନୟ ଜୀବନୀ ବିଷୟରେ।

ଦେବୁ ବ୍ରହ୍ମା ତାଙ୍କର ଅଭିନୟର ଜୀବନ ମଞ୍ଚ ନାଟକ ଏବଂ ଡ୍ରାମାରୁ ଆରମ୍ଭ କରିଥିଲେ।ଓ ଏହାପରେ ସେ ୧୯୮୨ ମସିହାରେ ଓଡ଼ିଆ ସିନେମା ରାମ ରାହିମରେ ପ୍ରଥମେ ଅଭିନୟ କରିଥିଲେ।ଏବଂ ଏହିଠାରୁ ତାଙ୍କର ସିନେମା ଜଗତର କ୍ୟାରିଅର ଆରମ୍ଭ ହୋଇଥିଲା।ପରବର୍ତ୍ତୀ ସମୟରେ ସେ ବାଜେ ବଇଁଶୀ ନାଚେ ଘୁଙ୍ଗୁରରେ ଅଭିନୟ କରିଥିଲେ।ଏବଂ ତାଙ୍କର ଅଭିନୟ ଦ୍ୱାରା ସେ ନିଜର ଓଡ଼ିଆ ସିନେମା ଜଗତରେ ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ।ଦେବୁ ବ୍ରହ୍ମା କେବଳ ଓଡ଼ିଆ ସିନେମା ନୁହେଁ ଏହା ସହିତ ଅନେକ ଧାରାବାହିକ ଏବଂ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି।ଡିଡ଼ି ଓଡ଼ିଆରେ ପ୍ରସାରିତ ହେଉଥିବା ଧାରାବାହିକ ଛାନିଆ ତାଙ୍କୁ ଅଧିକ ଲୋକଲୋଚନକୁ ଆଣିଥିଲା।

ସେ ନିଜର ହାସ୍ୟ ଅଭିନୟ ପାଇଁ ଚର୍ଚ୍ଚିତ ଅଟନ୍ତି।ଦେବୁ ବ୍ରହ୍ମା ୩ ବର୍ଷ ଓଡ଼ିଆ ଯାତ୍ରାରେ ଅଭିନୟ କରିଛନ୍ତି।ସେ ଭୁବନେଶ୍ୱରର ରାଜଧାନୀ କଲେଜରେ ପାଠ ପଢିଛନ୍ତି।ତାଙ୍କର ସବୁଠାରୁ ମନ ପସନ୍ଦର ଫୁଲ ହେଉଛି ପଦ୍ମ ଫୁଲ।

Leave a Reply

Your email address will not be published. Required fields are marked *