ଜୋଜୋଙ୍କ ପରିବାର ଏବଂ ସମ୍ପତ୍ତି – ଏତେ ଟଙ୍କାର ମାଲିକ ଆପଣ ଜାଣିଲେ ମଧ୍ୟ ବିଶ୍ୱାସ କରିପାରିବେନି..

Spread the love

ସାଙ୍ଗମାନେ ଆଜି ଆମେ ଏଠି ଆପଣମାନଙ୍କର ପ୍ରିୟ ଯୋଗେଶ ଜୋଜୋଙ୍କ ବିଷୟରେ ଜାଣିବା।ପଶ୍ଚିମ ଓଡିଶାର ଏକ ବିଖ୍ୟାତ କମେଡିୟନ ଏବଂ ଏକାଧାରରେ ଏକ ସିଙ୍ଗର,ଡ୍ୟାନ୍ସର,ଡିରେକ୍ଟର ଏବଂ କୋରିଓଗ୍ରାଫର ମଧ୍ୟ।ଆଜି ଆମେ ଜାଣିବା ତାଙ୍କ ସମ୍ପତ୍ତି ଏବଂ ଧନ ବିଷୟରେ।ଆଜି ଆମେ ଟିକିନିକ ତାଙ୍କ ବିଷୟରେ ସବୁକିଛି ଜାଣିବା।ଜୋଜୋ କାହାକୁ ବିବାହ କରିଛନ୍ତି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ଆଜି ଆମ ମାଧ୍ୟମରେ ଜାଣିପାରିବେ।ଏଥିପାଇଁ ଆପଣ ଧର୍ଯ୍ୟର ସହିତ ଆମ ସହ ଶେଷ ଯାଏ ରୁହନ୍ତୁ।ତେବେ ଆସନ୍ତୁ ଆଉ ଡେରି ନ କରି ତାଙ୍କ ବିଷୟରେ ଜାଣିବା।

ଯୋଗେଶ ଜୋଜୋ ତାଙ୍କ ପ୍ରକୃତ ନାମ ହେଉଛି ଯୋଗେଶ ଓବର। ତାଙ୍କ ବାପାଙ୍କ ନାମ ଧନୁ ଓବର ଏବଂ ମାଆଙ୍କ ନାମ ଜୟନ୍ତୀ ଓବର।ଯଦି ଆପଣ ତାଙ୍କ ଜନ୍ମ ଉପରେ ନଜର ପକାଇବେ ତାହେଲେ ସେ ୧୯୯୩ ମସିହା ଜାନୁଆରୀ ମାସରେ ରସିଆପାଲିର ଏକ ମଧ୍ୟମ ବର୍ଗ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଏହି ଜନ୍ମ ଆଧାରରେ ତାଙ୍କ ବର୍ତ୍ତମାନର ବୟସ ହେଉଛି ମାତ୍ର ୨୮ ବର୍ଷ।ତେବେ ଯୋଗେଶଙ୍କ ବୟସ ସିନା କମ କିନ୍ତୁ ପଶ୍ଚିମ ଓଡ଼ିଶାରେ ସେ ଘରେ ଘରେ ପରିଚିତ।ତ ସାଙ୍ଗମାନେ ଆସନ୍ତୁ ବର୍ତ୍ତମାନ ଜାଣିବା ତାଙ୍କ ଶିକ୍ଷା ଏବଂ ଯୋଗ୍ୟତା ବିଷୟରେ।

ଯୋଗେଶ ରସିଆପାଲି ବିଦ୍ୟାଳୟରେ ନିଜ ସ୍କୁଲ ସମୟ ଏବଂ ଡିପିଏ କଲେଜରେ ନିଜ କଲେଜ ସମୟ ଅତିବାହିତ କରିଛନ୍ତି ଏବଂ +୩ ପୁର୍ଣ କରିଛନ୍ତି।ସମ୍ବଲପୁରରେ ନିଜ ଯୁକ୍ତ ୩ ସରିବା ପରେ ପେଟ୍ରୋଲ ପମ୍ପରେ ମାତ୍ର ୩୦୦୦ ଟଙ୍କାରେ କାମ ମଧ୍ୟ କରିଛନ୍ତି।ଆପଣ ଗୋଟେ କଥା ହୁଏତ ଜାଣିନଥିବେ କି ଯୋଗେଶ ଏହି ପେଟ୍ରୋଲ ପମ୍ପରେ କାମ କରିଥିବା ସମୟରେ ତାଙ୍କ ପ୍ରେମ ସମ୍ପର୍କ ସିବାନୀଙ୍କ ସହ ଗଢିଉଠିଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୧୯ ମସିହା ମାର୍ଚ୍ଚ ୧୩ ତାରିଖରେ ତାଙ୍କ ବିବାହ ମଧ୍ୟ ସରିଛି।

ପରବର୍ତ୍ତୀ ସମୟରେ ଯୋଗେଶଙ୍କର ଯେହେତୁ ଆକ୍ଟିଂଗ ପ୍ରତି ଆଗ୍ରହ ଥିଲା ତେଣୁ ସେ ତାଙ୍କ ଅଞ୍ଚଳର ଏକ ଆକ୍ଟିଙ୍ଗ ଏକାଡେମୀରେ ଆକ୍ଟିଙ୍ଗ ମଧ୍ୟ ଶିଖିଲେ।ପରବର୍ତ୍ତୀ ସମୟରେ ସେ ଷ୍ଟେଜ ସୋ ମଧ୍ୟ କରିବା ଆରମ୍ଭ କଲେ।ବର୍ତ୍ତମାନ ସମୟରେ ଆପଣ ତାଙ୍କ କମେଡିକୁ ବହୁତ ପସନ୍ଦ କରୁଛନ୍ତି।ଆପଣ ଏହା ମଧ୍ୟ ଜାଣିଥିବେ କି ତାଙ୍କର ୟୁଟ୍ୟୁବରେ ଚ୍ୟାନେଲ ମଧ୍ୟ ରହିଛି ଏବଂ ଯାହାର ଟାଇଟଲ ହେଉଛି ଜୋଜୋ J5 ପ୍ରଡକ୍ସନ।ନିକଟରେ ତାଙ୍କ ଏହି ଚ୍ୟାନେଲ ହ୍ୟାକ ହୋଇଯାଇଥିଲା ଯାହାର ପାଖାପାଖି ୧ ମିଲିୟନ ସାଵସ୍କ୍ରୀବର ଥିଲେ କିନ୍ତୁ ଏହା ହ୍ୟାକ ହେବାପରେ ସେ ବର୍ତମାନ ଏକ ନୂଆ ଚ୍ୟାନେଲ ଖୋଲିଛନ୍ତି ଏବଂ ଯାହାର ସାଵସ୍କ୍ରୀବର ଅଛନ୍ତି ୪ ଲକ୍ଷରୁ ମଧ୍ୟ ଅଧିକ।

ଯଦି ଆପଣ ତାଙ୍କ ଇନକମ ଉପରେ ନଜର ପକେଇବେ ତାହେଲେ ସେ ଗୋଟେ ମାସରେ ପାଖାପାଖି ୨ ଲକ୍ଷରୁ ଅଧିକ କମାଇଥାନ୍ତି।ଏହାସହିତ ହୋଟେ ଷ୍ଟେଜ ସୋରୁ ସେ ପାଖାପାଖି ୫୦୦୦୦ ଟଙ୍କା ବନେଇଥାନ୍ତି।ଏହା ସବୁ ନଜର କରି ଆପଣ ଯଦି ଆକଳନ କରିବେ ତାହେଲେ ତାଙ୍କ ସମ୍ପତ୍ତି ପାଖାପାଖି ରହିଥିବ ୭୦ ରୁ ୮୦ ଲକ୍ଷ ଟଙ୍କା।

ତେବେ ସାଙ୍ଗମାନେ ଏହାଥିଲା ଜୋଜୋ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ।ଆପଣମାନେ ଯଦି ଏହାକୁ ପସନ୍ଦ କରାଇଛନ୍ତି ତାହେଲେ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ଏହାକୁ ନିଶ୍ଚୟ ସେୟାର କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *