ନୂଆ ବର୍ଷ ୨୦୨୨ ରେ Coin ସହ ଏହି ଉପାୟ କଲେ ସାରା ବର୍ଷ ହେବେ ଲାଭବାନ,ଆଉ କେବେ ପଇସା ପାଇଁ କଷ୍ଟ ପାଇବେ ନାହିଁ ଆପଣ ଏହି ଗୋଟିଏ ଉପାୟ କଲେ..

Spread the love

ଏହି ସଂସାର ମନ୍ତ୍ର ତନ୍ତ୍ର ତଥା ଜ୍ୟୋତିଷ ଶାସ୍ତ୍ରରେ ଆଧାରିତ ଅଟେ।ଏହା ସହ ଏହି ସଂସାର ଗ୍ରହ ନକ୍ଷତ୍ରଙ୍କ ଦ୍ଵାରା ଆଧାରିତ ଅଟେ।ଭଗଵାନ ମଧ୍ୟ ଏହି ସଂସାରରେ ଜନ୍ମ ନେଇ ଗ୍ରହ ନକ୍ଷତ୍ରଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ।ତାଙ୍କୁ ମଧ୍ୟ ଗ୍ରହ ନକ୍ଷତ୍ରଙ୍କ ଦଶା ଭୋଗିବାକୁ ପଡିଥିଲା।ଆଜି ଆମେ ଜାଣିବା କି ଯଦି ଆମେ ୨୦୨୨ ମସିହାରେ ଲାଭବାନ ହେବାକୁ ଚାହୁଁଛନ୍ତି ତେବେ ନୂଆ ବର୍ଷ ଦିନ ଏକ ଖାଲି ଡବାରେ ଏହି ଜିନିଷ ରଖନ୍ତୁ।

ଆଜି ଆମେ ଯାହା ଜାଣିବା ତାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ।ଆପଣଙ୍କୁ କେବଳ ଏତିକି କରିବାର ଅଛି କି ୨୦୨୨ ମସିହାର ଜାନୁଆରୀ ୧ ତାରିଖ ଦିନ ବା ନୂଆ ବର୍ଷର ଆରମ୍ଭ ଦିନ ଏହି ଜ୍ୟୋତିଷ ଉପାୟଟିକୁ ନିଶ୍ଚିତ କରନ୍ତୁ।ଏଥି ପାଇଁ ପ୍ରଥମେ ଗୋଟିଏ ଖାଲି ଡବା ନିଅନ୍ତୁ।ଏହା ସହ ଏକ ମୁଠା ଅରୁଆ ଚାଉଳ ନିଅନ୍ତୁ।

ଏହା ସହ କିଛି ହଳଦୀ ଗୁଣ୍ଡ ନିଅନ୍ତୁ।ସେହି ଅରୁଆ ଚାଉଳଟି ସଫା ସୂତରା ଓ ନିଖୁଣ ହୋଇଥିବା ଆବଶ୍ୟକ।ଭଙ୍ଗା ବା ଖୁଦ ଚାଉଳ ଯେପରି ହୋଇ ନଥିବ।ସେହି ଚାଉଳକୁ ହଳଦୀରେ ଭଲ ଭାବେ ଗୋଳାଇ ଦିଅନ୍ତୁ।ସେହି ହଳଦୀ ରଙ୍ଗର ଚାଉଳକୁ ରଖିଥିବା ଖାଲି ଡବାରେ ରଖି ଦିଅନ୍ତୁ।ତାହା ଉପରେ ଗୋଟିଏ ଗୋଲ କଏନ ରଖି ଦିଅନ୍ତୁ।

ଆପଣ ଗୋଟିଏ ସୁନା ରଙ୍ଗର ହୋଇଥିବା ମୁଦ୍ରଟିଏ ରଖି ପାରିବେ।ଏହା ଦ୍ଵାରା ଆପଣଙ୍କର ବୃହସ୍ପତି ମଜଭୁତ ହୋଇଥାଏ।ଏହା ସହ ଶୁକ୍ର ମଧ୍ୟ ମଜଭୁତ ହୋଇଥାଏ।ଯାହା କି ଧନବାନ କରିବାରେ ସହାୟକ ହୋଇଥାଏ।କାରଣ ବୃହସ୍ପତି ଓ ଶୁକ୍ରଙ୍କ ମିଳନ ଧନବାନ କରିବାର ସହାୟକ ହୋଇଥାଏ।

କାରଣ ଚାଉଳ ହେଉଛି ଶୁକ୍ରଙ୍କର ପ୍ରତୀକ ଏବଂ ହଳଦୀ ହେଉଛି ବୃହସ୍ପତିଙ୍କ ପ୍ରତିକ।ତେଣୁ ଏହି ଦୁଇଙ୍କର ମିଳନ ଧନ ଆକର୍ଷଣର କାର୍ଯ କରିଥାଏ।ଅନେକ ମାତ୍ରାରେ ଉନ୍ନତି ହୋଇଥାଏ।ଏହି ଡବାକୁ ଆପଣ ଆପଣଙ୍କ ରୋଷେଇ ଘର ବା ଠାକୁର ଘର କିମ୍ୱା ଆପଣଙ୍କ କର୍ମ କ୍ଷେତ୍ରରେ ଏହାକୁ ରଖି ପାରିବେ। ଅର୍ଥାତ ଆପଣଙ୍କ ଦୋକାନ,ବ୍ୟବସାୟ,ଅଫିସ ଏହି ପରି କର୍ମ କରୁଥିବା ସ୍ଥାନରେ ରଖି ଦିଅନ୍ତୁ।

ଏହା ସହ ପ୍ରତିଦିନ ଧୂପ ଓ ଦୀପ ଦେଇ ତାକୁ ପୂଜା କରନ୍ତୁ।ଏହା ଆପଣଙ୍କ ଜାତକରେ ଥିବା କୌଣସି ବି ଦୋଷକୁ ଦୂର କରିଥାଏ।ଜାତକରେ ରାଜଯୋଗ ଆଣିଥାଏ।ଅଚାନକ ଧନ ପ୍ରାପ୍ତି ହୋଇଥାଏ।ଏହା ଆପଣଙ୍କୁ ରାଜାଙ୍କ ଭଳି ଜୀବନ ଅତିବାହିତ କରିବାର ସୁଯୋଗ ଦେଇଥାଏ।ଆପଣଙ୍କ ମନର ଇଚ୍ଛା ବା ମନସ୍କାମନା ପୂରଣ କରିଥାଏ।ଏହି ଚାଉଳ ଡବାକୁ ବର୍ଷ ସାରା ରଖିବାକୁ ହେବ।

Leave a Reply

Your email address will not be published. Required fields are marked *